ମୁମ୍ବାଇ: ଭୋଜପୁରୀ ଅଭିନେତ୍ରୀ ରାନୀ ଚାଟାର୍ଜୀ କିଛି ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଆତ୍ମହତ୍ୟା କରିବାର ଧମକ ଦେଇଥିଲେ । ଯେଉଁଥିରେ ସେ ଅଭିଯୋଗ ଆଣିଥିଲେ ଯେ ଜଣେ ବ୍ୟକ୍ତି ଦୀର୍ଘ ସମୟରୁ ତାଙ୍କ ବିଷୟରେ ସୋସିଆଲ ମିଡିଆରେ ଅଶ୍ଲୀଳ କଥା ଲେଖିଆସୁଛନ୍ତି । ଯାହା ସେ ଆଉ ସହିପାରୁନାହାନ୍ତି । ଏହି କାରଣ ପାଇଁ ସେ ଡିପ୍ରେସନରେ ମଧ୍ୟ ଅଛନ୍ତି । ଏହାସହ ସେ ମୁମ୍ବାଇ ପୋଲିସ ପାଖରେ ଅନୁରୋଧ ମଧ୍ୟ କରିଥିଲେ ସେହି ବ୍ୟକ୍ତିଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ।
ମୁମ୍ବାଇ ପୋଲିସକୁ ଧନ୍ୟବାଦ ଜଣାଇଲେ ଭୋଜପୁରୀ ଅଭିନେତ୍ରୀ ରାନୀ - ରାନୁ ଚାଟାର୍ଜୀଙ୍କୁ ସୋସିଆଲ ମିଡିଆରେ ଅପମାନ କରୁଆସିଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ
ଦୀର୍ଘ ସମୟରୁ ରାନୁ ଚାଟାର୍ଜୀଙ୍କୁ ସୋସିଆଲ ମିଡିଆରେ ଅପମାନ କରୁଆସିଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ । ସେ ନିକଟରେ ମୁମ୍ବାଇ ପୋଲିସକୁ ମାଗିଥିଲେ ସାହାଯ୍ୟ ।
![ମୁମ୍ବାଇ ପୋଲିସକୁ ଧନ୍ୟବାଦ ଜଣାଇଲେ ଭୋଜପୁରୀ ଅଭିନେତ୍ରୀ ରାନୀ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାନୀ ଚାଟାର୍ଜୀ](https://etvbharatimages.akamaized.net/etvbharat/prod-images/768-512-7925682-308-7925682-1594106204798.jpg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାନୀ ଚାଟାର୍ଜୀ
ତାଙ୍କ ପୋଷ୍ଟ ସାମ୍ନାକୁ ଆସିବା ପରେ ମୁମ୍ବାଇ ପୋଲିସ ମଧ୍ୟ ଆକ୍ସନ ମୋଡରେ ଆସି ଏହି ମାମଲା ଉପରେ ତଦନ୍ତ ଆରମ୍ଭ କରିଥିଲା । ସେପଟେ ରାନୀ ମଧ୍ୟ ମୁମ୍ବାଇ ପୋଲିସର ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ସୋସିଆଲ ମିଡିଆରେ ସେ ଜଣାଇଛନ୍ତି ଯେ ସେହି ବ୍ୟକ୍ତିଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏଫଆଇଆର ରୁଜୁ କରିଛି । ସେ ଏହି ଲଢେଇକୁ ବିନା ହାରି ଲଢିବେ । ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।