ଓଡିଶା

odisha

By

Published : Nov 9, 2019, 4:24 PM IST

ETV Bharat / sitara

ପୁଣି ବକ୍ସ ଅଫିସରେ ଆୟୁଷ୍ମାନଙ୍କ ଯାଦୁ, ଦର୍ଶକଙ୍କ ମନ କିଣିଲା ‘ବାଲା’

ବଲିଉଡକୁ ଆୟୁଷ୍ମାନଙ୍କ ଆଉ ଏକ ହିଟ୍ ଫିଲ୍ମ ଭେଟି । ଶୁକ୍ରବାର ରିଲିଜ ହୋଇଥିବା ‘ବାଲା’ ତାଙ୍କ କ୍ୟାରିୟର ସବୁଠାରୁ ବଡ ଓପନର ଫିଲ୍ମ ସାଜିଛି । ଚନ୍ଦା ବ୍ୟକ୍ତି ଭୂମିକାରେ ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଛନ୍ତି ଆୟୁଷ୍ମାନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ଟ୍ୟାଲେଣ୍ଟଟେଡ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ଚର୍ଚ୍ଚିତ ଫିଲ୍ମ ‘ବାଲା’ ଶେଷରେ ରିଲିଜ ହୋଇଯାଇଛି । ଦୀର୍ଘ ସମୟରୁ ଦର୍ଶକ ଫିଲ୍ମ ଦେଖିବାକୁ ବ୍ୟାକୁଳ ଥିଲେ । ଏବେ ତାଙ୍କ ଅପେକ୍ଷାର ଅନ୍ତ ଘଟିଛି । ଶୁକ୍ରବାର ଫିଲ୍ମକୁ ରିଲିଜ କରିଥିଲେ ମେକର୍ସ । ସବୁଥର ପରି ଏଥର ମଧ୍ୟ ଆୟୁଷ୍ମାନ ପ୍ରଶଂସକଙ୍କୁ ନିରାଶ କରିନାହାଁନ୍ତି । ଦମଦାର କାହାଣୀ ସହ ଭିନ୍ନ ଅବତାରରେ ଦର୍ଶକଙ୍କ ମନ କିଣିଛନ୍ତି ଆୟୁଷ୍ମାନ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ଭୂମି ପେଡନେକର ଓ ୟାମୀ ଗୌତମ ।

ଇତିମଧ୍ୟରେ ଫଲ୍ମର ଫାଷ୍ଟ ଡେ କଲେକ୍ସନ ସାମ୍ନାକୁ ଆସିଯାଇଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟ ଅନୁଯାୟୀ, ଫିଲ୍ମଟି ରିଲିଜର ପ୍ରଥମ ଦିନରେ ତଥା ଶୁକ୍ରବାର ପାଖାପାଖି 10.15 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ଏହାସହ ତରଣ ଫିଲ୍ମର ଦମଦାର କାହାଣୀ ଏବଂ ଆୟୁଷ୍ମାନଙ୍କ ଚନ୍ଦା ବ୍ୟକ୍ତିର ଅଭିନୟ ଫିଲ୍ମକୁ ସଫଳତା ଦେଇଛି ବୋଲି ଜଣାଇଛନ୍ତି ।

ତରଣଙ୍କ ଅନୁଯାୟୀ ଫିଲ୍ମଟି ୱିକେଣ୍ଡରେ ଶାନଦାର ଇନକମ କରିବ । ପ୍ରକାଶ ଥାଉକି ‘ବାଲା’ ଆୟୁଷ୍ମାନ ଖୁରାନାଙ୍କ କ୍ୟାରିୟର ସବୁଠାରୁ ବଡ ଓପନର ଫିଲ୍ମ ସାବ୍ୟସ୍ତ ହୋଇଛି । ଏହାପୂର୍ବରୁ ରିଲିଜ ହୋଇଥିବା ତାଙ୍କ ଅଭିନୀତ ‘ଡ୍ରିମ ଗାର୍ଲ’ ପ୍ରଥମ ଦିନରେ 10.05 କୋଟି ଟଙ୍କା କଲେକ୍ସନ ସହ ଟପରେ ଥିଲା । ଯାହା ସେପ୍ଟେମ୍ବର 13ରେ ରିଲିଜ ହୋଇଥିଲା । କିନ୍ତୁ ଡ୍ରିମ ଗାର୍ଲର ରେକର୍ଡ ଭାଙ୍ଗି ସଫଳ ହୋଇଛି ‘ବାଲା’ । ଏହି ଫିଲ୍ମଟି ଆୟୁଷ୍ମାନଙ୍କ 13ତମ ଫିଲ୍ମ । ସେ 2012ରେ ହିଟ୍ ଫିଲ୍ମ ‘ବିକ୍କି ଡୋନର’ରୁ ବଲିଉଡରେ ଡେବ୍ୟୁ କରିଥିଲେ ।

ABOUT THE AUTHOR

...view details