ମୁମ୍ବାଇ:ସଲମାନ ଖାନଙ୍କ ଫିଲ୍ମ ସିରିଜ 'ବଜରଙ୍ଗୀ ଭାଇଜାନ'ରେ କାମ କରୁନଥିବା ନେଇ ସ୍ପଷ୍ଟ କଲେ ଫିଲ୍ମ ନିର୍ଦ୍ଦେଶକ କବୀର ଖାନ । ସଲମାନଙ୍କ ସହିତ ସେ ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି, ଯାହାକି ତାଙ୍କ କ୍ୟାରିଅର ଗଠନରେ ସହାୟକ ହୋଇଛି । କିନ୍ତୁ ଏହି ସିରିଜରେ ସେ କାମ କରୁନଥିବା ନେଇ କରିଛନ୍ତି ସ୍ପଷ୍ଟ ।
ସଲମାନ ନିଜର ବ୍ଲକ ବଷ୍ଟର ଫିଲ୍ମ 'ବଜରଙ୍ଗୀ ଭାଇଜାନ'ର ଦ୍ବିତୀୟ ଭାଗ ନିର୍ମାଣ କରିବାକୁ ଯାଉଛନ୍ତି । ଏହାର ପ୍ରଥମ ଭାଗ ୨୦୧୫ ମସିହାରେ ରିଲିଜ ହୋଇଥିବାବେଳେ ଭେଟେରାନ ସ୍କ୍ରିନ ରାଇଟର କେଭି ବିଜୟେନ୍ଦ୍ର ପ୍ରସାଦ କାହାଣୀକୁ ଲେଖିଥିଲେ । ଏହି କମେଡ଼ି ଡ୍ରାମା ଫିଲ୍ମରେ ସଲମାନ ଜଣେ ୬ ବର୍ଷର ପାକିସ୍ତାନୀ ଝିଅକୁ ନିଜ ଦେଶରେ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରିଥିଲେ । ତାଙ୍କୁ ଅନେକ ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହି କାହାଣୀକୁ ନେଇ ସଲମାନଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।
ଏହା ବି ପଢନ୍ତୁ: Bigg Boss 15: RRR ଟିମ ସହ ଆଗୁଆ ଜନ୍ମଦିନ ପାଳିଲେ ସଲମାନ