ମୁମ୍ବାଇ: ବଚପନ୍ କା ପ୍ୟାର । ଏହି ଗୀତ ଗାଇ ରାତାରାତି ଇଣ୍ଟରନେଟ ଦୁନିଆର ସେନସେସନ ପାଲଟିଥିଲେ 10 ବର୍ଷୀୟ ସହଦେବ ଦିର୍ଦୋ । ସହଦେବଙ୍କ ଏହି ଗୀତଟି ଭାଇରାଲ ପରେ ତାଙ୍କ ନିକଟରେ ପହଞ୍ଚିଥିଲେ ସିଙ୍ଗର ବାଦଶାହ । ତେବେ ବୁଧବାର ଦିନ ଏହି ଗୀତର ଆଉ ଏକ ନୂଆ ଭର୍ସନ ଆସିଛି । ବାଦଶାହ 10 ବର୍ଷୀୟ ସହଦେବଙ୍କ ସହ ସିଙ୍ଗର ଅସ୍ଥା ଗିଲ୍ ଏବଂ ମ୍ୟୁଜିସିଆନ ରିକୋ ସହିତ ଏହାର ନୂଆ ଭର୍ସନ ରିଲିଜ୍ କରିଛନ୍ତି । ଯାହାର ଟାଇଟେଲ 'ବଚପନ କା ପ୍ୟାର' ରହିଛି ।
ସହଦେବଙ୍କ ସହ ବଚପନ କା ପ୍ୟାରର ନୂଆ ଭର୍ସନ ରିଲିଜ କଲେ ବାଦଶାହ - ସହଦେବ ଦିର୍ଦୋ
ବଚପନ୍ କା ପ୍ୟାର ଗୀତର ଆସିଲା ନୂଆ ଭର୍ସନ । 10 ବର୍ଷୀୟ ସହଦେବ ଦିର୍ଦୋ ସହ ଏହି ଗୀତର ନୂଆ ଭର୍ସନ ରିଲିଜ କଲେ ବାଦଶାହ । ଅଧିକ ପଢନ୍ତୁ...
![ସହଦେବଙ୍କ ସହ ବଚପନ କା ପ୍ୟାରର ନୂଆ ଭର୍ସନ ରିଲିଜ କଲେ ବାଦଶାହ ସହଦେବଙ୍କ ସହ ବଚପନ କା ପ୍ୟାରର ନୂଆ ଭର୍ସନ ରିଲିଜ କଲେ ବାଦଶାହ](https://etvbharatimages.akamaized.net/etvbharat/prod-images/768-512-12738729-1021-12738729-1628666256030.jpg)
ସହଦେବଙ୍କ ସହ ବଚପନ କା ପ୍ୟାରର ନୂଆ ଭର୍ସନ ରିଲିଜ କଲେ ବାଦଶାହ
ସହଦେବଙ୍କ ସହ ପୁଣି ଥରେ ଗୀତକୁ କ୍ରିଏଟ କରି ବାଦଶାହ କହିଛନ୍ତି, ବର୍ତ୍ତମାନ ସୋସିଆଲ ମିଡିଆରେ ବଚପନ କା ପ୍ୟାର ପୁଣି ଥରେ ଚହଳ ପକାଇବାକୁ ଯାଉଛି । ଆସ୍ଥା, ରିକୋ ଏବଂ ବିଗେଷ୍ଟ ହିରୋ ସହଦେବଙ୍କ ସହ ପ୍ରସ୍ତୁତ ଏହି ଗୀତକୁ ପ୍ରେଜେଣ୍ଟ କରିବାକୁ ମୁଁ ବହୁତ ଏକ୍ସାଇଟେଡ ଅଛି । 'ମୁଁ ଆଶା କରୁଛି କି ବଚପନ କା ପ୍ୟାର ନୂଆ ଭର୍ସନର ଟିଜର ଯେପରି ମୋ ଇନଷ୍ଟାଗ୍ରାମ ରିଲରେ ସବୁ ରେକର୍ଡ ଭାଙ୍ଗିଛି ଏହାର ସମ୍ପୂର୍ଣ୍ଣ ଗୀତ ମଧ୍ୟ ସମସ୍ତଙ୍କ ଠାରୁ ସମାନ ଭଲ ପାଇବା ପାଉ ।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ