ଓଡିଶା

odisha

ETV Bharat / sitara

ଇରଫାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଭାବବିହ୍ବଳ ପୁଅ ବାବିଲ - ଇରଫାନ ଖାନଙ୍କ ଶ୍ରାଦ୍ଧ ବାର୍ଷିକୀ

ପୁଣି ପିତା ଇରଫାନଙ୍କ ଫଟୋ ପୋଷ୍ଟ କରି ଭାବୁକ ନୋଟ୍ ଲେଖିଲେ ବାବିଲ । ଗତ ବର୍ଷ ଆଜିର ଦିନରେ ଦୁନିଆକୁ ଅଲବିଦା କହିଥିଲେ ଅଭିନେତା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Apr 29, 2021, 11:05 AM IST

ମୁମ୍ବାଇ: ବି-ଟାଉନର ଫେମସ ଅଭିନେତା ଇରଫାନ ଖାନଙ୍କ ମୃତ୍ୟୁକୁ ଆଜି ଏକ ବର୍ଷ ପୂରଣ ହୋଇଛି । ହେଲେ ଗୋଟିଏ ବି ଦିନ ପିତାଙ୍କୁ ଭୁଲିନାହାଁନ୍ତି ପୁଅ ବାବିଲ ଖାନ । ସେ ସୋସିଆଲ ମିଡିଆରେ ପିତାଙ୍କ ସହ ସମ୍ପୃକ୍ତ ଥିବା ଜିନିଷ ସେୟାର କରି ଅନେକଥର ସମସ୍ତଙ୍କୁ ଭାବବିହ୍ବଳ କରିସାରିଛନ୍ତି । ଆଜି ମଧ୍ୟ ସେ ଇରଫାନଙ୍କ ଥ୍ରୋବ୍ୟାକ ଫଟୋ ସେୟାର କରି ଇମୋସନାଲ ହୋଇପଡିଛନ୍ତି ।

ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ଇରଫାନ ଘରେ ବସି ନିଜ ପାଇଁ ଏକ ଟେବୁଲ ତିଆରି କରୁଥିବାର । ଏହାକୁ ସେୟାର କରି କ୍ୟାପସନରେ ବାବିଲ ଲେଖିଛନ୍ତି, ‘କେମୋ ତୁମକୁ ଭିତରରୁ ଭାଙ୍ଗି ଦେଉଥିଲା, ତେଣୁ ତୁମେ ସବୁବେଳେ ସରଳ ଜିନିଷଗୁଡ଼ିକରେ ଆନନ୍ଦ ପାଇବା ପାଇଁ ଚେଷ୍ଟା କରୁଥିଲ । ଯେପରି ନିଜ ପତ୍ରିକା ଲେଖିବା ପାଇଁ ନିଜ ଟେବୁଲ୍ ନିର୍ମାଣ କରିବା । ଏକ ଶୁଦ୍ଧତା ଅଛି, ମୁଁ ଏପର୍ଯ୍ୟନ୍ତ ଆବିଷ୍କାର କରି ନାହିଁ । ଏକ ଉତ୍ତରାଧିକାରୀ ଅଛି ଯାହା ମୋ ତୁମେ ନିଜେ ସମାପ୍ତ କରିସାରିଛ । ଏକ ଫୁଲ୍ ଷ୍ଟପ୍ । ତାଙ୍କୁ କେହି ବଦଳାଇ ପାରିବେ ନାହିଁ । କେହି କେବେ ବି ସକ୍ଷମ ହେବେ ନାହିଁ ତାଙ୍କ ସ୍ଥାନ ନେବାକୁ। ସର୍ବଶ୍ରେଷ୍ଠ ସର୍ବୋତ୍ତମ ବନ୍ଧୁ, ସାଥୀ, ଭାଇ, ପିତା ତୁମ ସ୍ଥାନ କେହି ନେଇପାରିବେନି । ମୁଁ ତୁମକୁ ବହୁତ ଭଲ ପାଏ। ମୁଁ ତୁମକୁ ସବୁବେଳେ ମିସ୍ କରୁଛି । ମୁଁ ଏକ ସ୍ପେସ୍ ସ୍ମାରକୀ ନିର୍ମାଣ କରିଥାଆନ୍ତି । ଯାହା ଆମକୁ ସବୁବେଳେ ଆକର୍ଷିତ କରୁଥିବା ଏକ ବ୍ଲାକ ହୋଲର ଏକକତାର ଦୂରତମ ସ୍ଥାନକୁ ନେଇଥାନ୍ତା, ଆଉ ମୁଁ ତୁମ ସହିତ ଥାଆନ୍ତି ଏବଂ ହାତ ସହ ହାତ ମିଶାଇ ଏକାଠି ଯାଇଥାନ୍ତେ ।’

ପ୍ରକାଶ ଥାଉକି ଇରଫାନ ନ୍ୟୁରୋଇଣ୍ଡୋକ୍ରାଇନ ଟ୍ୟୁମରରେ ପୀଡିତ ଥିଲେ | ଲଣ୍ଡନରେ ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ଭାରତକୁ ଫେରିଥିଲେ । ହେଲେ ହଠାତ୍ 2020 ଏପ୍ରିଲ 29ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ABOUT THE AUTHOR

...view details