ନୂଆଦିଲ୍ଲୀ: ରବିବାର ଦିନ ଦେଶ ମାତା ମାନଙ୍କର ଅଦମ୍ୟ ଚେଷ୍ଚାକୁ ସମ୍ମାନ ଜଣାଉଥିବା ବେଳେ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ମାତୃ ଦିବସ ଅବସରରେ ନିଜ ମାତାମାନଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସେୟାର କରିଛନ୍ତି ।
ଅଭିନେତ୍ରୀ ସାରା ଅଲି ଖାନ ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ଯେଉଁଠାରେ ସାରା ତାଙ୍କ ଜେଜେମାଙ୍କ କୋଳରେ ଶୋଇଥିବାବେଳେ ସାରାଙ୍କ ମା ସାରାଙ୍କୁ ଦେଖୁଥିବାର ନଜର ଆସିଛନ୍ତି । ଏହି ପୋଷ୍ଟର କ୍ୟାପସନରେ ସାରା ଲେଖିଛନ୍ତି ଯେ, ମେରୀ ମା କି ମା । ଥାଇକ୍ୟୁ ଫର କ୍ରିଏଟିଙ୍ଗ ମମି । # ହାପି ମର୍ଦସ ଡେ ।
ବିକି କୈାଶଲ ଇନଷ୍ଟାଗ୍ରାମରେ ତାଙ୍କ ପିଲାଦିନର ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ଯେଉଁଠାରେ ବିକି ଏକ ସମୁଦ୍ର କୂଳରେ ଲୁଚି ବସି ଥିବାବେଳେ ତାଙ୍କ ମା ତାଙ୍କୁ ଗାଳି ଦେଉଥିବାର ନଜର ଆସିଛନ୍ତି । ଏହି ପୋଷ୍ଟର କ୍ୟାପସନରେ ବିକି ଲେଖିଛନ୍ତି ଯେ, ଲଭ ୟୁ ମାଆ ।
ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ପିଲାଦିନ ଏକ ଆକର୍ଷଣୀୟ ଭିଡିଓ ସେୟାର କରିଥିଲେ । ଯେଉଁଠାରେ ସେ ଏକ ଲାଲ ବିନ୍ଦୁ ଚୁନରୀ କୁର୍ତ୍ତା ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ଜଣେ ବ୍ୟକ୍ତି ଅନନ୍ୟାଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, ଆପଣ କାହାକୁ ଦୁନିଆରେ ସବୁଠାରୁ ଅଧିକ ଭଲ ପାଆନ୍ତି ? ଏଥିରେ ଅନନ୍ୟା ଉତ୍ତର ଦିଅନ୍ତି ଯେ, "ମାମା" ।