ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ଜଣେ ଆଥଲେଟ୍ ଭୂମିକାରେ ନଜର ଆସିବେ, ଯେଉଁ କାରଣରୁ ଅଭିନେତା କଠିନ ପରିଶ୍ରମ କରୁଛନ୍ତି ।
ଅଭିନେତା ଗତ ଦିନ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଜିମରେ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଥିଲା ।
ଫଟୋର କ୍ୟାପସନରେ ଆୟୁଷ୍ମାନ ଲେଖିଛନ୍ତି, ଏକ ଭିନ୍ନ ଚଳଚ୍ଚିତ୍ର ପାଇଁ ଭିନ୍ନ ପରିବର୍ତ୍ତନ ।
ଆୟୁଷ୍ମାନଙ୍କ ଆଗାମୀ ଚଳଚ୍ଚିତ୍ରର ଟାଇଟେଲ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, କିନ୍ତୁ ଅଭିନେତା ଏଥିପାଇଁ କଠିନ ପରିଶ୍ରମ କରୁଛନ୍ତି । ଏହି ଚଳଚ୍ଚିତ୍ରର ସୁଟିଂ ଚଳିତ ମାସରୁ ଆରମ୍ଭ ହେବ । ଏହି ଫିଲ୍ମ ଆସନ୍ତା ବର୍ଷ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।