ନୂଆଦିଲ୍ଲୀ: ବଲିଉଡର ଫେମସ ଅଭିନେତା ଆୟୁଷ୍ମାନ ଖୁରାନା ଏହି ସମୟର ବ୍ୟସ୍ତବହୁଳ କଳାକାର ତାଲିକାରେ ଆସିଛନ୍ତି । ସେ ଆଗାମୀ ଦିନରେ ଅନେକ ଚଳଚ୍ଚିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଯେଉଁଥିରେ ତାଙ୍କ ଚଳଚ୍ଚିତ୍ର "ଚଣ୍ଡିଗଡ଼ କରେ ଆଶିକୀ" ମଧ୍ୟ ଅନ୍ତର୍ଭୁକ୍ତ । ଯାହାର ସୁଟିଂ ସେ ନିଜ ସହର ଚଣ୍ଡିଗଡ଼ରେ କରୁଛନ୍ତି । ସୁଟିଂ ସମୟରେ ଅଭିନେତା ପତ୍ନୀ ତଥା ଲେଖକ ଚଳଚ୍ଚିତ୍ର ନିର୍ମାତା ତାହିରା କଶ୍ୟପଙ୍କୁ ମନେ ପକାଇଛନ୍ତି ।
ନିକଟରେ ଏହି ଘଟଣାର ଖୁଲାସା ଆୟୁଷ୍ମାନ ଏକ ପୋଷ୍ଟ ଜରିଆରେ ପ୍ରକାଶ କରିଛନ୍ତି । ଆୟୁଷ୍ମାନ ତାହିରାଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ତାହିରା ବିଛଣାରେ ତଳେ ବସିଥିବାର ନଜର ଆସିଛନ୍ତି ।
ଏହି ଫଟୋ ସେୟାର କରି ଆୟୁଷ୍ମାନ ଲେଖିଛନ୍ତି, ଅପନି ଓ୍ବମାନ କୋ ମିସ କର ରହା ହୁଁ ।
ଆଜିକାଲି ଆୟୁଷ୍ମାନ ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାହିରା ମଧ୍ୟ ପୂର୍ବ କିଛି ଦିନ ହେବ ଏକାକି ଅନୁଭବ କରୁଛନ୍ତି । ଯେଉଁଥି ପାଇଁ ତାହିରା ଇନଷ୍ଟାଗ୍ରାମରେ ଏକ ଭିଡିଓ କୋଲାଜ ପୋଷ୍ଟ କରିଛନ୍ତି, ଯେଉଁଠାରେ ସେ କ୍ୟାମେରା ଆଗରେ ପୋଜ କରୁଥିବାର ଦେଖିବାକୁ ମିଳିଛି । ଯାହାର କ୍ୟାପସନ୍ ରେ ତାହିରା ଲେଖିଛନ୍ତି, 'ଦୀର୍ଘ ଦିନ ଧରି ମୋ ହାତରେ ଏକ ଫୋନ୍ ଏବଂ ଏଥିସହିତ ଏକ ଏଡିଟିଂ ଆପ୍ ଅଛି । ଯାହା ବହୁତ ଅଦରକାରୀ' ।
ପ୍ରକାଶ ଥାଉ ଯେ, ଆୟୁଷ୍ମାନ ଏବଂ ତାହିରା କଲେଜ ଦିନରୁ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ । ପ୍ରାୟ 2 ବର୍ଷ ଏକାଠି ରହିବା ପରେ ସେମାନେ ବିବାହ କରିବାକୁ ସ୍ଥିର କରିଥିଲେ । ଏହା ପରେ ଦୁହେଁ 1 ନଭେମ୍ବର 2008 ରେ ବିବାହ କରିଥିଲେ ।