ମୁମ୍ବାଇ: ଅନେକ ବାଦ ବିବାଦ ପରେ ପରିଶେଷରେ ରିଲିଜ ହେବାକୁ ଯାଉଛି ଆୟୁଷ୍ମାନ ଖୁରାନାଙ୍କ ଚର୍ଚ୍ଚିତ ଫିଲ୍ମ ‘ବାଲା’ । ଯାହାକୁ ନେଇ ଖୁସି ହୋଇଯାଇଛନ୍ତି ଆୟୁଷ୍ମାନଙ୍କ ଫ୍ୟାନ୍ସ । ପୁଣି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ମେକର୍ସ ଫିଲ୍ମର ଏକ ମଜାଦାର ପୋଷ୍ଟର ଜାରି କରିଦେଇଛନ୍ତି । ଯେଉଁଥିରେ ଆୟୁଷ୍ମାନଙ୍କ ସହ ଭୂମି ପେଡନେକର ଓ ୟାମୀ ଗୌତମ ନଜର ଆସୁଛନ୍ତି ।
ଏହି ଅବସରରେ ଆୟୁଷ୍ମାନ ଇନଷ୍ଟାଗ୍ରାମରେ ପୋଷ୍ଟର ସେୟାର କରି ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଛନ୍ତି । ‘ବାଲାଙ୍କ କେଶର ଡଙ୍ଗା ତ କେବେଠାରୁ ବୁଡି ଯାଇଛି । ଲଭଷ୍ଟୋରୀର ଡଙ୍ଗା ପାର ହେଉଛି କି ନାହିଁ ଦେଖିବା ନଭେମ୍ବର 7ରେ’ ବୋଲି କ୍ୟାପସନରେ ଲେଖିଛନ୍ତି ଆୟୁଷ୍ମାନ ।