ଓଡିଶା

odisha

By

Published : Jan 20, 2020, 4:16 PM IST

ETV Bharat / sitara

ସମଲିଙ୍ଗୀ ପ୍ରେମ କାହାଣୀ ନେଇ ଫେରିଲେ ଆୟୁଷ୍ମାନ, ଦେଖନ୍ତୁ ଭିଡିଓ

ଚର୍ଚ୍ଚାରେ ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ । କମେଡିର ଓଭରଡୋଜ ନେଇ ରିଲିଜ ହୋଇଯାଇଛି ଫିଲ୍ମର ଟ୍ରେଲର । ପୁରୁଷ ପ୍ରେମରେ ପାଗଳ ନଜର ଆସୁଛନ୍ତି ଆୟୁଷ୍ମାନ ।

ayushmann khurrana
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା ସବୁବେଳେ ନିଜ ଭିନ୍ନ ଭିନ୍ନ ଭୂମିକାରେ ନଜର ଆସନ୍ତି । ତାଙ୍କ ଫିଲ୍ମ ଦେଖିବାକୁ ବ୍ୟାକୁଳ ରୁହନ୍ତି ଦର୍ଶକ । କେତେବେଳେ ସେ ଆର୍ଟିକଲ 15ର ପାଠ ପଢାଇଥିବାର ନଜର ଆସିଛନ୍ତି ତ ଆଉ କେତେବେଳେ ଡ୍ରିମ ଗାର୍ଲ ହୋଇ ସମସ୍ତଙ୍କୁ ଏଣ୍ଟରଟେନ କରିଛନ୍ତି । ଇତିମଧ୍ୟରେ ସେ ପୁଣି ପ୍ରସ୍ତୁତ ହୋଇସାରିଛନ୍ତି ନିଜ ଦମଦାର ଅଭିନୟରେ ଦର୍ଶକଙ୍କୁ ଦିୱାନା କରିବା ପାଇଁ । ବର୍ତ୍ତମାନ ସେ ନିଜ ଆଗାମୀ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’କୁ ନେଇ ଚର୍ଚ୍ଚାରେ । ଯାହାର ଦମଦାର କମେଡି ଟ୍ରେଲର ରିଲିଜ ହୋଇଯାଇଛି । ଆସନ୍ତା ମାସ 21 ତାରିଖରେ ରିଲିଜ ହେବ ଫିଲ୍ମ ।

ପ୍ରଥମଥର ଏହି ଫିଲ୍ମରେ ଆୟୁଷ୍ମାନ ସମଲିଙ୍ଗୀ ଭୂମିକାରେ ନଜର ଆସିବେ । ଜଣେ ପୁରୁଷ ହୋଇ ସେ ପୁରୁଷକୁ ପ୍ରେମ କରୁଥିବାର ଦେଖାଯିବେ । ଯାହାପାଇଁ ତାଙ୍କୁ ସମାଜର ଅନେକ ନିନ୍ଦା -ଅପନିନ୍ଦା ସହିବାକୁ ପଡୁଥିବ । ଏହାର ଝଲକ ଆପଣ ଟ୍ରେଲରରେ ଦେଖିପାରିବେ ।

ଫିଲ୍ମରେ ଆୟୁଷ୍ମାନଙ୍କ ବ୍ୟତୀତ ଫିଲ୍ମରେ ନୀନା ଗୁପ୍ତା, ଗଜରାଜ ରାଓ, ସୁନୀତା ରାଜୱାର, ମାନବୀ ଗାଗରୁ, ପଙ୍ଖୁଡୀ ଅବସ୍ଥୀ, ନିରଜ ସିଂ, ମନୁ ଋଷି ଚଡ୍ଡା ଭଳି କଳାକାର । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଆନନ୍ଦ ଏଲ ରାୟ । ଆପଣ ମଧ୍ୟ ଦେଖନ୍ତୁ ଆୟୁଷ୍ମାନଙ୍କ ଅଜବ-ଗଜବ ଲଭଷ୍ଟୋରୀ...

ABOUT THE AUTHOR

...view details