ଓଡିଶା

odisha

ETV Bharat / sitara

ୟାମୀଙ୍କ ପ୍ରେମରେ ଦୁଃଖି ଆୟୁଷ୍ମାନ, ଦେଖନ୍ତୁ ଭିଡିଓ - ବାଲାର ନୂଆ ଗୀତ ‘ପ୍ୟାର ତୋ ଥା’ ରିଲିଜ

ଆସନ୍ତା 7ରେ ରିଲିଜ ହେବାକୁ ଯାଉଥିବା ‘ବାଲା’ର ନୂଆ ଗୀତ ‘ପ୍ୟାର ତୋ ଥା’ ରିଲିଜ ହୋଇଯାଇଛି । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

By

Published : Nov 1, 2019, 7:49 PM IST

ମୁମ୍ବାଇ: ଟ୍ୟାଲେଣ୍ଟଟେଡ ଆକ୍ଟର ଆୟୁଷ୍ମାନ ଖୁରାନା ପୁଣି ନିଜର ଭିନ୍ନ ଅନ୍ଦାଜ ନେଇ ପରଦାରେ ନଜର ଆସିବେ । ଏବେ ସେ ପ୍ରସ୍ତୁତ ହୋଇସାରିଲେଣି ନିଜର ଅପକମିଂ ଫିଲ୍ମ ‘ବାଲା’ ରିଲିଜ ପାଇଁ । ଦର୍ଶକ ଫିଲ୍ମଟିକୁ ଦେଖିବାକୁ ଏବେ ଠାରୁ ବ୍ୟାକୁଳ । ଆସନ୍ତା 7ରେ ରିଲିଜ ହେବାକୁ ଯାଉଛି ‘ବାଲା’ । ଇତିମଧ୍ୟରେ ଦର୍ଶକଙ୍କ ଉତ୍ସାହ ବଢାଇବା ପାଇଁ ‘ବାଲା’ ମେକର୍ସ ଫିଲ୍ମରେ ଏକ ଭାବବିହ୍ବଳ ଗୀତ ‘ପ୍ୟାର ତୋ ଥା’ ରିଲିଜ କରିଦେଇଛନ୍ତି ।

ଏହି ଗୀତରେ ଆୟୁଷ୍ମାନ ଓ ୟାମୀ ଗୌତମଙ୍କ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ନିଜ ଅତିଥର ସ୍ମୃତି ସ୍ମରଣ କରି ଭାବୁକ ହୋଇଯାଇଥିବାର ନଜର ଆସୁଛନ୍ତି ଆୟୁଷ୍ମାନ । ୟୁଟ୍ୟୁବରେ ମଧ୍ୟ ଗୀତଟିକୁ ଖୁବ୍ ପସନ୍ଦ କରାଯାଉଛି । ‘ପ୍ୟାର ତୋ ଥା ଗୀତ’କୁ ଜୁବୀନ ନୌତିଆଲ ଓ ଅସୀସ କୌର ଗାଇଥିବା ବେଳେ ସଚିନ ଜିଗର ଏହାକୁ କମ୍ପୋଜ କରିଛନ୍ତି । ଗୀତରେ ଆୟୁଷ୍ମାନଙ୍କ ଚନ୍ଦା ଅବସ୍ଥା ଦେଖି କିପରି ତାଙ୍କ ପତ୍ନୀ ସାଜିଥିବା ୟାମୀ ତାଙ୍କୁ ଛାଡି ପଳାଉଛନ୍ତି ତାହା ମଧ୍ୟ ପର୍ଯ୍ୟବେଶିତ ହୋଇଛି ।

ପ୍ରକାଶ ଥାଉକି ଫିଲ୍ମରେ ଆୟୁଷ୍ମାନ ଚନ୍ଦା ବ୍ୟକ୍ତି ଭୂମିକାରେ ନଜର ଆସିବାକୁ ଯାଇଥିବା ବେଳେ ଭୂମି ପେଡନେକର ଛୋଟ ସହରର ଜଣେ କଳା ଝିଅ ଭୂମିକାରେ ଦେଖାଯିବେ । କିଛି ଦିନ ହେବ ‘ବାଲା ଓ ଆଜି(ଶୁକ୍ରବାର) ରିଲିଜ ହୋଇଥିବା ସନ୍ନି ସିଂଙ୍କ ‘ଉଜଡା ଚମନ’ ବିବାଦ ଚର୍ଚ୍ଚାରେ ଥିଲା । ‘ଉଜଡା ଚମନ’ର ନିର୍ଦ୍ଦେଶକ ‘ବାଲା’ ମେକର୍ସଙ୍କ ଉପରେ କପି ରାଇଟ ଅଭିଯୋଗ ଆଣି ଏକ ଯାଚିକା ମଧ୍ୟ ଦାୟର କରିଥିଲେ । ଯାହାର ଶୁଣାଣି ଆସନ୍ତା 4 ତାରିଖରେ ହେବ ।

ABOUT THE AUTHOR

...view details