ନୂଆଦିଲ୍ଲୀ: ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର 'ବଧାଇ ହୋ'ର କୋ-ଷ୍ଟାର ସୁରେଖା ସିକ୍ରିଙ୍କ ସହ ଏକ ଫଟୋ ସେୟାର କରି ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।
ମଙ୍ଗଳବାର ଭେଟେରାନ ଟେଲିଭିଜନ ତଥା ବଲିଉଡ ଅଭିନେତ୍ରୀ ସୁରେଖା ସିକ୍ରିଙ୍କୁ ବ୍ରେନ ଷ୍ଟ୍ରୋକ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଅବସରରେ ବହୁ ପ୍ରଶଂସକମାନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।