ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ ପ୍ରଥମଥର ଆୟୁଷ୍ମାନ ଜଣେ ସମଲିଙ୍ଗୀ ଭୂମିକାରେ ନଜର ଆସିବେ । ମଙ୍ଗଳବାର ଏହି ଫିଲ୍ମର ଶୁଭ ମହୁରତ ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଫିଲ୍ମରେ ନିର୍ଦ୍ଦେଶନା ହିତେଶ କେୱାଲୟ କରିବାକୁ ଯାଉଥିବା ବେଳେ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପ୍ରଯୋଜନା ଆନନ୍ଦ ଏଲ ରାୟଙ୍କ ପ୍ରଡକ୍ସନ କଲର ୟଲୋ ଦ୍ବାରା କରାଯିବ । ଏହି ଫିଲ୍ମରେ ଆୟୁଷ୍ମାନଙ୍କ ‘ବଧାଇ ହୋ’ ପିତା-ମାତା ନୀନା ଗୁପ୍ତା ଓ ଗଜରାଜ ଶବ ମଧ୍ୟ ଭୂମିକାରେ ନଜର ଆସିବେ ।