ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁଭବ ସିହ୍ନାଙ୍କ ଅପକମିଂ ଫିଲ୍ମ 'ଆର୍ଟିକଲ 15'କୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ (ସିବିଏଫସି) ତରଫରୁ ଏ ସାର୍ଟିଫିକେଟ ମିଳିଯାଇଛି । ଫିଲ୍ମରୁ ପାଞ୍ଚଟି ସିନ କଟ କଲା ପରେ ସିବିଏଫସିରୁ ସାର୍ଟିଫିକେଟ ମିଳିଛି ।
ସମ୍ବିଧାନର 'ଆର୍ଟିକଲ 15'କୁ ନିର୍ମିତ ହୋଇଛି ଫିଲ୍ମ । ସମାଜରେ ଜାଗିତଗ ଭେଦଭାବ ଏଥିରେ ଦର୍ଶାଯାଇଛି । ସେନ୍ସର ବୋର୍ଡ ଫିଲ୍ମରୁ ପତକା ପଡିବା ଦୃଶ୍ୟକୁ ହଟାଇବା ସହ କିଛି ଗାଳିଗୁଲଜକୁ ମଧ୍ୟ ହଟାଇଛନ୍ତି । ଏହାସହ ମାରପିଟ ଦୃଶ୍ୟକୁ 30 ପ୍ରତିଶତ କମ ମଧ୍ୟ କରାଯାଇଛି ।