ନୂଆଦିଲ୍ଲୀ: ଅଭିନେତା ତଥା ଗାୟକ ଆୟୁଷ୍ମାନ ଖୁରାନା ଖୁବଶିଘ୍ର ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ସମ୍ପୃକ୍ତ ହେବାକୁ ଯାଉଛନ୍ତି । କଥାଟି ହେଲା କି ସେ ସୋସିଆଲ ମିଡିଆରେ ଏକ ପ୍ରତିଯୋଗିତାର ଆୟୋଜନ କରିବେ । ଯାହା ଦ୍ବାରା ସେ ଦକ୍ଷତା କଳାକାରଙ୍କୁ ନିଜ ସହ 'ଜ୍ୟାମ ସେଶନ'ରେ ସାମିଲ ହେବାକୁ ସୁଯୋଗ ଦେବେ ।
ସେ ଫେସବୁକରେ ଏହାର ଆୟୋଜନ କରିବେ । ଏହି ପ୍ରତିଯୋଗିତା ମ୍ୟୁଜିକ ଟ୍ୟାଲେଣ୍ଟ ଉପରେ ଆଧାରିତ । ଯାହାର ନାମ 'ଜ୍ୟାମ ସେଶନ' ରଖାଯାଇଛି । ଏହି ଅବସରରେ ଆୟୁଷ୍ମାନ କହିଛନ୍ତି କି ସଙ୍ଗୀତ ସବୁବେଳେ ତାଙ୍କର ପ୍ରଥମ ପ୍ରେମ ରୂପେ ରହିଆସୁଛି । ଏହି ପ୍ରତିଯୋଗିତା ଦ୍ବାରା ସେ ଭାରତର କୋଣ ଅନୁକୋଣରେ ଥିବା ଟ୍ୟାଲେଣ୍ଟଡ୍ କଳାକାରଙ୍କ ସହ ସାକ୍ଷାତ କରିପାରିବେ ।