ଓଡିଶା

odisha

ETV Bharat / sitara

ହିଲ୍ସ ପିନ୍ଧି ନାଚିଲେ ଆୟୁଷ୍ମାନ, ଦେଖନ୍ତୁ ଭିଡିଓ

‘ନଚ ବଲିଏ’ ଷ୍ଟେଜରେ ଆୟୁଷ୍ମାନଙ୍କ ଦମଦାର ଡାନ୍ସ । ହସିଲେ ଦର୍ଶକ । ନିଜର ଆଗାମୀ ଫିଲ୍ମ ପ୍ରମୋଶନ ପାଇଁ ନଜର ଆସିଲେ ଡାନ୍ସ ଶୋ'ରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଷ୍ଟାରପ୍ଲସ

By

Published : Sep 6, 2019, 9:06 PM IST

ମୁମ୍ବାଇ: ଆୟୁଷ୍ମାନ ଖୁରାନା ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଡ୍ରିମ ଗାର୍ଲ’ର ପ୍ରମୋଶନରେ ବ୍ୟସ୍ତ । ସେପ୍ଟେମ୍ବର 13ରେ ରିଲିଜ ହେବାକୁ ଯାଉଥିବା ଏହି କମେଡି ଡ୍ରାମା ଫିଲ୍ମରେ ଆୟୁଷ୍ମାନଙ୍କ ସହ ନଜର ଆସିବେ ନୁସରତ ଭାରୁଚା । ସେହିପରି ‘ବିକ୍କୀ ଡୋନର’ ଫିଲ୍ମ ପରେ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି ଆୟୁଷ୍ମାନ ଓ ଅନ୍ନୁ କପୁର ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ@ଷ୍ଟାରପ୍ଲସ

ଇତିମଧ୍ୟରେ ଫିଲ୍ମର ପ୍ରମୋଶନ କରିବାକୁ ଛୋଟ ପରଦାର ଡାନ୍ସ ରିୟାଲିଟ ଶୋ ‘ନଚ ବଲିଏ 9’ରେ ପହଞ୍ଚିଛନ୍ତି ଆୟୁଷ୍ମାନ ଓ ନୁସରତ । ଯାହାର ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆୟୁଷ୍ମାନ ଫନ୍ନି ଡାନ୍ସ ଷ୍ଟେପ କରୁଥିବାର ଦେଖାଯାଉଛନ୍ତି ।

ସବୁଠାରୁ ମଜାଦାର ହେଲା କି ଆୟୁଷ୍ମାନ ଓ ଶୋର ଜଜ ଅର୍ଥାତ୍ କୋରିଓଗ୍ରାଫର ଅହମ୍ମଦ ଖାନ ଝିଅଙ୍କ ଭଳି ହିଲ ପିନ୍ଧି ନାଚୁଛନ୍ତି । ଆଉ ଦୁଇଜଣଙ୍କ ମଜାଦାର ଡାନ୍ସ ଦେଖି ଶୋର ଜଜ ରବୀନା ଟଣ୍ଡନ ଓ ନୁସରତ ହସି ହସି ବେହାଲ ହୋଇଯାଇଛନ୍ତି ।

ପ୍ରକାଶ ଥାଉକି ‘ଡ୍ରିମ ଗାର୍ଲ’ ଫିଲ୍ମରେ ଆୟୁଷ୍ମାନଙ୍କ ନୂଆ ଅବତାର ଦେଖିବାକୁ ମିଳିବ । ପ୍ରଥମଥର ସେ ଫିଲ୍ମରେ ଝିଅଙ୍କ ସ୍ବରରେ କଥା ହେଉଥିବାର ଦେଖାଯିବେ । ଆଉ ନିଜ ଝିଅ ଅନ୍ଦାଜରେ ସେ ଅନେକ ପୁଅଙ୍କୁ ମଧ୍ୟ ନିଜ ପ୍ରେମ ଜାଲରେ ଫଶାଇ ଥିବେ । ଯାହାକୁ ନେଇ ଆଧାରିତ ଫିଲ୍ମର କାହାଣୀ ।

ABOUT THE AUTHOR

...view details