ମୁମ୍ବାଇ: ରବିବାରର ଦିନ ହେଉଛି ମାତୃ ଦିବସ । ଏହି ମାତୃ ଦିବସର ବିଶେଷ ଉତ୍ସବରେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ସମସ୍ତ ମା’ଙ୍କୁ ଏକ ଗୀତ ଉତ୍ସର୍ଗ କରିବେ । ଯାହାର ଟାଇଟେଲ ହେଉଛି 'ମା' ।
ଆୟୁଷ୍ମାନ କହିଛନ୍ତି ଯେ, ପ୍ରତ୍ୟେକ ଦିନକୁ ମାତୃ ଦିବସ କୁହାଯିବା ଉଚିତ । କାରଣ, ପିଲାମାନଙ୍କ ପ୍ରତି ମା’ଙ୍କର ନିଃସ୍ୱାର୍ଥପର ପ୍ରେମ ଏବଂ ବଳିଦାନକୁ ଦୃଷ୍ଟିରେ ରଖି ଆମେ ସେମାନଙ୍କ ପାଇଁ ଏହି ମାତୃ ଦିବସ ଦିବସକୁ ପାଳନ କରିଥାଉ ।
ଏହି ମାତୃ ଦିବସର ଏକ ବିଶେଷ ଅବସରରେ ମୁଁ 'ମା' ନାମକ ଏକ ଗୀତ ପୋଷ୍ଟ କରିବି, ଯାହା ଆମ ତରଫରୁ ପ୍ରତ୍ୟେକ ମା’ଙ୍କୁ ଉତ୍ସର୍ଗୀକୃତ ଅଟେ ।