ଓଡିଶା

odisha

ETV Bharat / sitara

ପରସ୍ପରର ପ୍ରଶଂସାରେ ଆୟୁଷ୍ମାନ ଓ ଲତା

ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଲତା ମଙ୍ଗେସକର ଓ ଆୟୁଷ୍ମାନଙ୍କ ପ୍ରଶଂସା ପୋଷ୍ଟ । ପ୍ରଥମେ ଆୟୁଷ୍ମାନ ନିଜ ପୋଷ୍ଟରେ ଲତାଙ୍କୁ ପ୍ରଶଂସା କରିଥିବା ବେଳେ ଲତା ମଧ୍ୟ ଆୟୁଷ୍ମାନଙ୍କୁ ଶାନଦାର ଅଭିନେତା କହିଛନ୍ତି ।

By

Published : Sep 25, 2019, 11:57 PM IST

ଡିଜାଇନ ଫଟୋ

ମୁମ୍ବାଇ: ଫେମସ ଅଭିନେତା ଆୟୁଷ୍ମାନ ଖୁରାନା ବାରମ୍ବାର ବଲିଉଡକୁ ହିଟ୍ ଫିଲ୍ମ ଦେବାରେ ଲାଗିଛନ୍ତି । ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ଡ୍ରିମ ଗାର୍ଲ’ ଦର୍ଶକଙ୍କ ସହ କ୍ରିଟିକ୍ସଙ୍କ ହୃଦୟ କିଣିବାରେ ସଫଳ ହୋଇଛି । ଆଉ ଅକ୍ଟୋବର 22ରେ ରିଲିଜ ହେବାକୁ ଯାଉଛି ତାଙ୍କ ଆଗାମୀ ଫିଲ୍ମ ‘ବାଲା’ । ସବୁବେଳେ ଭିନ୍ନ ଭିନ୍ନ ଅବତାରେ ନଜର ଆସୁଥିବା ଆୟୁଷ୍ମାନ ଏହି ଫିଲ୍ମରେ ମଧ୍ୟ ଜଣେ ଚନ୍ଦା ବ୍ୟକ୍ତିଙ୍କ ଭୂମିକାରେ ଦେଖାଯିବେ ।

ଖାଲି ଏତିକି ନୁହେଁ ସେ ଆଉ ଏକ କାରଣ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । ଆଜ୍ଞା ହଁ, ସେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୋଟିଏ ଗୀତର ଖୁବ୍ ପ୍ରଶଂସା କରିଛନ୍ତି । ସେ ଇନଷ୍ଟାଗ୍ରାମରେ ଲତାଙ୍କ ଅଲ ଟାଇମ ହିଟ୍ ଗୀତ ମଧ୍ୟରୁ ‘ସାୱନ କେ ଝୁଲେ ପଡେ’ ଗୀତକୁ ପୋଷ୍ଟ କରିଥିଲେ । ଆୟୁଷ୍ମାନଙ୍କୁ ଲତାଙ୍କ ଏଯାବତ ଗୀତ ମଧ୍ୟରୁ ଏହି ଗୀତଟି ଖୁବ୍ ପସନ୍ଦ ଲାଗେ।

ଏକ ହାର୍ଟ ଆଇକନ ସହ ଆୟୁଷ୍ମାନ କ୍ୟାପସନରେ ଲେଖିଥିଲେ, ‘ମତେ ଲାଗୁଛି ଯେ ସାୱନ କେ ଝୁଲେ ପଡେ ଗୀତ ଲତାଙ୍କ ଶାନଦାର ଗୀତ ମଧ୍ୟରୁ ଅନ୍ୟତମ ।' ସେହିପରି ଏହାର ପ୍ରତିକ୍ରିୟାରେ ଲତା ଲେଖିଥିଲେ ‘ମୁଁ ଜାଣିଛି ସେ ଜଣେ ଭଲ ଅଭିନେତା ହେବା ସହ ଶାନଦାର ଗାୟକ ମଧ୍ୟ । ଏଥିପାଇଁ ସେ ସଙ୍ଗୀତର ବାସ୍ତବତାକୁ ବୁଝିପାରି ଏହି ଗୀତର ପ୍ରଶଂସା କରିଛନ୍ତି । ମୁଁ ତାଙ୍କ ମଙ୍ଗଳ କାମନା କରୁଛି । ତାଙ୍କୁ ଅଭିନୟ ସହ ସଙ୍ଗୀତରେ ମଧ୍ୟ ନିଜ କ୍ୟାରିୟରକୁ ଆଗକୁ ବଢାଇବା ଦରକାର । ଯାହାଦ୍ବାରା ତାଙ୍କ ପ୍ରଦର୍ଶନରେ ଆହୁରି ଚମକ ଆସିବ ।’

ABOUT THE AUTHOR

...view details