ଓଡିଶା

odisha

ETV Bharat / sitara

ରୋମାଣ୍ଟିକ ମୁଡରେ ଆୟୁଷ-ସାଇ, ଦେଖନ୍ତୁ ଭିଡିଓ

ମ୍ୟୁଜିକ ଭିଡିଓରେ ଡେବ୍ୟୁ କଲେ ସଲମାନ ଖାନଙ୍କ ଭିଣୋଇ ତଥା ଆୟୁଷ ଶର୍ମା ଓ ସାଇ ମାଞ୍ଜରେକର । ରିଲିଜ ହେଲା ‘ମାଞ୍ଝା’ ଭିଡିଓ...

By

Published : Mar 17, 2020, 8:07 AM IST

song manjha released
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ ଶର୍ମା

ମୁମ୍ବାଇ: ଶେଷରେ ରିଲିଜ ହୋଇଯାଇଛି ‘ଲଭଯାତ୍ରୀ’ ଅଭିନେତା ଆୟୁଷ ଶର୍ମା ଓ ସାଇ ମାଞ୍ଜରେକରଙ୍କ ପ୍ରଥମ ମ୍ୟୁଜିକ ଭିଡିଓ ‘ମାଞ୍ଝା’। ନିକଟରେ ଏହାର ମୋସନ ପୋଷ୍ଟର ଜାରି କରାଯାଇଥିଲା। ଯାହାପରଠୁ ଦର୍ଶକ ଏହି ଭିଡିଓ ପାଇଁ ଖୁବ୍ ଉତ୍ସାହିତ ଥିଲେ। ବର୍ତ୍ତମାନ ଏହି ଗୀତର ପ୍ରମୋଟ କରିବାରେ ଲାଗିଛନ୍ତି ଆୟୁଷ ଓ ସାଇ। ରୋମାଣ୍ଟିକ ଗୀତ ‘ମାଞ୍ଝା’କୁ ଅରବିନ୍ଦ ଖେରା ଦେଶୀ ମ୍ୟୁଜିକ ଫ୍ୟାକ୍ଟ୍ରି ଲେବଲ ଜରିଆରେ ନିର୍ଦ୍ଦେଶିତ କରିଛନ୍ତି। ସେହିପରି ଗୀତଟିକୁ ଅଂଶୁଲ ଗର୍ଗ ନିର୍ମାଣ କରିଛନ୍ତି।

ଏହି ରୋମାଣ୍ଟିକ ଗୀତରେ ଶାନଦାର କଣ୍ଠ ଦେଇଛନ୍ତି ବିଶାଲ ମିଶ୍ରା। ଟିକଟକ ଯୁଗରେ ଦୁଇ ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ ଗୁଡି ଉଡାଉବାରୁ ଆରମ୍ଭ ହେଉଥିବାର ଭିଡିଓରେ ଦେଖିବାକୁ ମିଳୁଛି । ରିଲିଜର ମାତ୍ର 24 ଘଣ୍ଟା ମଧ୍ୟରେ ଗୀତକୁ ୟୁଟ୍ୟୁବରେ 21 ଲକ୍ଷରୁ ଅଧିକଥର ଦେଖାସରିଲାଣି। ଆପଣ ମଧ୍ୟ ଦେଖନ୍ତୁ ସାଇ ଓ ଆୟୁଷଙ୍କ ଏହି ଜବରଦସ୍ତ ରୋମାନ୍ସ...

ପ୍ରକାଶ ଥାଉକି ଖୁବଶୀଘ୍ର ଆୟୁଷ ପପୁଲାର ମରାଠୀ ଫିଲ୍ମ ‘ମୁଲଶୀ ପାଟର୍ଣ୍ଣ’ ହିନ୍ଦୀ ରିମେକ ଫିଲ୍ମରେ ନଜର ଆସିବେ। ଯେଉଁଥିରେ ସେ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରିବେ। ଏହି ଅବତାର ପାଇଁ ବର୍ତ୍ତମାନ ସେ ନିଜ ଶରୀର ଉପରେ ଖୁବ୍ ପରିଶ୍ରମ କରୁଛନ୍ତି। ଏହି ଫିଲ୍ମ ବ୍ୟତୀତ ସେ ସୁପରଷ୍ଟାର ସଲମାନ ଖାନଙ୍କ ସହ ‘କଭି ଇଦ କଭି ଦିୱାଲୀ’ରେ ମଧ୍ୟ ଅଭିନୟ କରିବେ ।

For All Latest Updates

ABOUT THE AUTHOR

...view details