ନୂଆଦିଲ୍ଲୀ: ବଲିଉଡର ଚୁଲବୁଲି ଅଭିନେତ୍ରୀ ଆୟେଶା ଟାକିଆ ଆଜି ଅର୍ଥାତ୍ 10 ଏପ୍ରିଲ୍ ନିଜର ୩୫ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଏହି ବିଶେଷ ଦିନରେ ବହୁ ପ୍ରଶଂସକଙ୍କ ସହିତ ବଲିଉଡ ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ।
ଆୟେଶା ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ 13 ବର୍ଷ ବୟସରେ ମଡେଲିଂ ଦୁନିଆରେ ପାଦ ଦେଇଥିଲେ। ସେ ଅନେକ ବିଜ୍ଞାପନରେ କାମ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା ।
୯୦ ଦଶକରେ ଫାଲଗୁନି ପଠକଙ୍କ ଗୀତ ‘ମେରୀ ଚୁନର ଉଡ ଉଡ ଯାଏ’ ଆୟେଶାଙ୍କୁ ଦେଖିବାକୁ ମିଳିଥିଲା । ଏହି ଗୀତଟି ହିଟ୍ ହୋଇଥିଲା ଏହା ପରେ ସେ ‘ସୋଚା ନା ଥା’ ଏବଂ ‘ତାରଜନ୍: ଦ ୱାଣ୍ଡର କାର୍’ ଫିଲ୍ମ ପାଇଁ ସାଇନ୍ କରିଥିଲେ । ‘ତାରଜନ୍’ ଫିଲ୍ମରେ ଆୟେଶାଙ୍କର ଚମତ୍କାର ଅଭିନୟ ପାଇଁ ସେ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ଜିତିଥିଲେ ।