ଓଡିଶା

odisha

ETV Bharat / sitara

ସମ୍ମାନ ଶିଖରରେ ସୁର ସାମ୍ରାଜ୍ଞୀ: ଚତ୍ମକାର ସ୍ବର ପାଇଁ ପାଇଛନ୍ତି ଅନେକ ପୁରସ୍କାର

ସାରା ଦେଶ ତାଙ୍କ ଯାଦୁକର ସ୍ବର ପାଇଁ ଆଜି ମା' ସରସ୍ବତୀଙ୍କ ଅବତାର ବୋଲି ବିବେଚନା କରୁଛି । ସଙ୍ଗୀତ ଜଗତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସାତ ଦଶନ୍ଧି ଧରି ଚାଲିଥିବା ତାଙ୍କର ସଫଳ, ଚମତ୍କାର କ୍ୟାରିୟର ସମୟ ମଧ୍ୟରେ ଏହି କିମ୍ବଦନ୍ତୀ ଗାୟିକାଙ୍କୁ ଦିଆଯାଇଥିବା ପ୍ରମୁଖ ପୁରସ୍କାର ଗୁଡ଼ିକ ଉପରେ ନଜର ପକାନ୍ତୁ ।

By

Published : Feb 6, 2022, 2:00 PM IST

ଭାରତ ରତ୍ନ ଲତାଙ୍କ ସଫଳ ଜୀବନଯାତ୍ରା, ଚମତ୍କାର ପ୍ରତିଭା ଲାଗି ପୁରସ୍କାର ବର୍ଷା
ଭାରତ ରତ୍ନ ଲତାଙ୍କ ସଫଳ ଜୀବନଯାତ୍ରା, ଚମତ୍କାର ପ୍ରତିଭା ଲାଗି ପୁରସ୍କାର ବର୍ଷା

ହାଇଦ୍ରାବାଦ: ସାତ ଦଶନ୍ଧିରୁ ଅଧିକ ସମୟ ଧରି ଆମ ହୃଦୟ ଜିତିବାରେ ଲାଗିଥିବା ଭାରତର ସବୁଠାରୁ ଆଇକନିକ୍ ପ୍ଲେକବ୍ୟାକ୍‌ ସିଙ୍ଗର ତଥା କୋକିଳକଣ୍ଠୀ ଲତା ମଙ୍ଗେଶକର ଆଜି ନୀରବି ଯାଇଛନ୍ତି । ତାଙ୍କ ସୁମଧୁର ସ୍ବର ପାଇଁ ମୃତ୍ୟୁ ପରେ ମଧ୍ୟ ଆଜି ସେ ଅମର । ସମଗ୍ର ବିଶ୍ବରେ ପ୍ରଶଂସକମାନେ ତାଙ୍କ ଯାଦୁକର ସ୍ବର ପାଇଁ ଲତାଙ୍କୁ ଦେବୀ ସରସ୍ବତୀଙ୍କ ଅବତାର ଭାବରେ ବିବେଚନା କରନ୍ତି । ସଙ୍ଗୀତ ଇଣ୍ଡଷ୍ଟିରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ତେବେ ଆସନ୍ତୁ ତାଙ୍କ ସଫଳ ଜୀବନର ଯାତ୍ରା ଦିଗରେ ଏକ ନଜର ପକାଇବା ।

ଭାରତ ସରକାରଙ୍କ ସମ୍ମାନ
  • ଭାରତ ସରକାରଙ୍କ ସମ୍ମାନ(Government of India Awards):-

ଭାରତୀୟ ସଙ୍ଗୀତରେ ଲତା ମଙ୍ଗେସକରଙ୍କ ମହତ୍ବପୂର୍ଣ୍ଣ ଅବଦାନକୁ ସ୍ବୀକୃତି ଦେଇ ଭାରତ ସରକାର ୧୯୬୯ ମସିହାରେ ତାଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ୧୯୮୯ ମସିହାରେ ଭାରତର କୋକିଳକଣ୍ଠୀ ଦାଦାସାହେବ ଫାଲକେ ଆୱାର୍ଡରେ ସମ୍ମାନିତ ହୋଇଥିଲେ । ସେହପରି ୧୯୯୯ ମସିହାରେ ପଦ୍ମ ବିଭୂଷଣ , ୨୦୦୧ରେ ଭାରତ ରତ୍ନ ପୁରସ୍କାରରେ ଲତାଙ୍କୁ ସମ୍ମାନିତ କରାଯାଇଥିଲା । ଏହାବ୍ୟତୀତ ଭାରତ ସ୍ବାଧୀନତାର ୬୦ତମ ବାର୍ଷିକୀରେ ଲାଇଭଟାଇମ ଆଚିଭମେଣ୍ଟ ପାଇଁ ସେ ୱାନ ଟାଇମ ଆୱାର୍ଡ ମଧ୍ୟ ଜିତିଥିଲେ ।

ଜାତୀୟ ଫିଲ୍ମ ଆୱାର୍ଡ
  • ଫିଲ୍ମ ଫେୟାର ଆୱାର୍ଡ(Filmfare Awards):-

ପ୍ଲେବ୍ୟାକ୍ ଗୀତ ପାଇଁ ଫିଲ୍ମଫେୟାର ପୁରସ୍କାର ପ୍ରଥମେ ୧୯୫୯ ମସିହାରେ ଆରମ୍ଭ ହୋଇଥିଲା । ୧୯୫୬ ମସିହାରେ, ଶଙ୍କର ଜୟକିଶନଙ୍କ 'ଚୋରି ଚୋରି' ଫିଲ୍ମର ରସିକ୍ ବଲମା ଗୀତ ପାଇଁ ଲତା ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ । ପ୍ଲେବ୍ୟାକ୍ ସିଙ୍ଗର ବର୍ଗର ଫିଲ୍ମ ଫେୟାର ଆୱାର୍ଡରେ ସାମିଲ ହୋଇନଥିବାରୁ ଲତା ଏହି ଗୀତକୁ ଲାଇଭ୍ ଗାଇବାକୁ ମନା କରିଦେଇଥିଲେ । ଏହାପରେ ୧୯୫୯ରେ ପ୍ଲେବ୍ୟାକ କାଟେଗୋରିକୁ ସାମିଲ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ଅଲଗା ଭାବରେ ପ୍ଲେବ୍ୟାକ ସିଙ୍ଗର ପୁରୁଷ ଏବଂ ମହିଳାକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ୧୯୫୯ ରୁ ୧୯୬୭ ପର୍ଯ୍ୟନ୍ତ ଲତା ମଙ୍ଗେସକର ସର୍ବଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍ ଗାୟିକା ପୁରସ୍କାରକୁ ଜିତି ଆସୁଥିଲେ । ପରେ ତାଙ୍କୁ ୧୯୯୩ ରେ ଫିଲ୍ମଫେୟାର ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଏବଂ ୧୯୯୪ ଓ ୨୦୦୪ରେ ଫିଲ୍ମଫେୟାର ସ୍ବତନ୍ତ୍ର ପୁରସ୍କାର(Filmfare Special Awards) ପ୍ରଦାନ କରାଯାଇଥିଲା ।

ଅନ୍ୟ ପୁରସ୍କାର
  • ଜାତୀୟ ଫିଲ୍ମ ଆୱାର୍ଡ(National Film Award):- ଲତା ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍ ଗାୟିକା ପୁରସ୍କାର ଜିତିବା ପରେ ତାଙ୍କ ନାମକୁ ଇତିହାସ ପୃଷ୍ଠାରେ ସୁବର୍ଣ୍ଣ ଅକ୍ଷରରେ ଲେଖାଯାଇଥିଲା । ୧୯୭୨ ମସିହା ଚଳଚ୍ଚିତ୍ର 'ପରିଚୟ', ୧୯୭୫ ଚଳଚ୍ଚିତ୍ର କୋରା କାଗଜ ଏବଂ ୧୯୯୦ ଚଳଚ୍ଚିତ୍ର 'ଲେକିନ୍' ସମେତ ୩ଟି ଚଳଚ୍ଚିତ୍ର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।
  • ମହାରାଷ୍ଟ୍ର ରାଜ୍ୟ ଫିଲ୍ମ ଆୱାର୍ଡ:-ଲତା ୧୯୬୬ ମସିହାରେ ସାଧୀ ମନାସେ ଏବଂ ୧୯୬୭ରେ ଜୟତରେ ଜୟତ ପାଇଁ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଶ୍ରେଷ୍ଠ ପ୍ଲେବ୍ୟାକ୍ ସିଙ୍ଗର ପୁରସ୍କାର ଲାଭ କରିଥିଲେ ।
  • ବେଙ୍ଗଲ ଚଳଚ୍ଚିତ୍ର ସାମ୍ବାଦିକ ସଂଘ ଆସୋସିଏସନ ପୁରସ୍କାର(Bengal Film Journalists Association Awards):-ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍‌ ସିଙ୍ଗର ଭାବରେ ଲତାଙ୍କୁ ବଙ୍ଗଳା ଚଳଚ୍ଚିତ୍ର ସାମ୍ବାଦିକ ସଂଘ ଦ୍ବାରା ୧୯୬୪ ମସିହାରେ 'ୱୋ କୌନ ଥି' ପାଇଁ ପୁରସ୍କୃତ କରାଯାଇଥିଲା । ୧୯୬୭ ମସିହାରେ 'ମିଲନ୍', ୧୯୬୮ ରେ 'ରଜା ଔର ରଙ୍କ', ୧୯୬୯ ରେ ସରସ୍ବତୀ ଚନ୍ଦ୍ର, ୧୯୭୦ରେ 'ଦୋ ରାସ୍ତା' , ୧୯୭୧ ମସିହାରେ 'ତେରେ ମେରେ ସପନେ', ୧୯୭୩ ମସିହାରେ ମାର୍ଜିନା ଅବଦୁଲ୍ଲା ଏବଂ ପଦାବଳି (ବଙ୍ଗାଳୀ) ପାଇଁ ପୁରସ୍କୃତ ହୋଇଥିଲେ ।
  • ଲତା ମଙ୍ଗେସକର ଆୱାର୍ଡ ( Lata Mangeshkar Award):-ସଂଗୀତ କ୍ଷେତ୍ରରେ କାର୍ଯ୍ୟକୁ ସମ୍ମାନ ଦେବା ପାଇଁ ଲତା ମଙ୍ଗେସକର ପୁରସ୍କାର ଏକ ଜାତୀୟ ସ୍ତରୀୟ ପୁରସ୍କାର ଭାବେ ବିବେଚନା କରାଯାଇଥିଲା । ଭାରତରେ ବିଭିନ୍ନ ରାଜ୍ୟର ସରକାର ଏହି ନାମରେ ପୁରସ୍କାର ପ୍ରଦାନ କରନ୍ତି । ମଧ୍ୟପ୍ରଦେଶ ରାଜ୍ୟ ସରକାର ଏହି ପୁରସ୍କାରକୁ ୧୯୮୪ ରେ ଆରମ୍ଭ କରିଥିଲେ। ଏହି ପୁରସ୍କାରରେ ଯୋଗ୍ୟତା ପ୍ରମାଣପତ୍ର ଏବଂ ନଗଦ ପୁରସ୍କାର ମଧ୍ୟ ରହିଛି । ୧୯୯୨ ମସିହାରୁ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଲତା ମଙ୍ଗେସକର ପୁରସ୍କାର ମଧ୍ୟ ଅଛି।

ଏହା ଆନୁଷ୍ଠାନିକ ଭାବରେ 'ଆଜୀବନ ସଫଳତା ପାଇଁ ଲତା ମଙ୍ଗେସକର ପୁରସ୍କାର' ଭାବରେ ମଧ୍ୟ ଜଣାଶୁଣା । ଅନ୍ୟ ଏକ ପୁରସ୍କାର ଆନ୍ଧ୍ରପ୍ରଦେଶ ସରକାର ପ୍ରଦାନ କରିଛନ୍ତି । ଅନେକ ବଡ଼ ବଡ଼ ଆର୍ଟିଷ୍ଟ ଏହି ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ନୌଶାଦ (୧୯୮୪-୮୫), କିଶୋର କୁମାର (୧୯୮୫-୮୬), ମନ୍ନା ଦେ (୧୯୮୭-୮୮), ଖୟାମ (୧୯୮୮-୮୯) ଙ୍କ ସମେତ ଅନେକ ମହାନ କଳାକାରଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି ।

  • ଦେଶର ଝିଅ ପୁରସ୍କାର(Daughter of the Nation Award):-ସେପ୍ଟେମ୍ବର ୨୮ ତାରିଖରେ ଲତା ୯୦ ବର୍ଷ ବୟସରେ ପାଦ ଥାପିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହି କିମ୍ବଦନ୍ତୀ ପ୍ଲେବ୍ୟାକ୍ ଗାୟିକାଙ୍କୁ ' ଡଟର ଅଫ୍ ଦି ନେସନ୍' ଟାଇଟଲରେ ସମ୍ମାନିତ କରିଥିଲେ । ତାଙ୍କୁ ସାତ ଦଶନ୍ଧି ଧରି ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତରେ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
  • ଅନ୍ୟ ପୁରସ୍କାର:-୧୯୭୪ ମସିହାରେ, ଗିନିଜ ବୁକ୍ ଅଫ୍ ରେକର୍ଡ୍ସ ଲତା ମଙ୍ଗେଶକରଙ୍କୁ ଇତିହାସର ସବୁଠାରୁ ଅଧିକ ଗୀତ ରେକର୍ଡ କରିଥିବା କଳାକାର ଭାବରେ ତାଲିକାଭୁକ୍ତ କରିଥିଲା ଏବଂ ଦର୍ଶାଇଥିଲା ଯେ ସେ ୧୯୪୮ରୁ ୧୯୭୪ ମଧ୍ୟରେ ୨୦ ଟି ଭାରତୀୟ ଭାଷାରେ ୨୫ ହଜାରରୁ ଅଧିକ ଏକକ, ଡୁଏଟ୍ ଏବଂ କୋରସ୍ ବ୍ୟାକ୍ ଗୀତ ରେକର୍ଡ କରିଛନ୍ତି । ତାଙ୍କୁ ଆହୁରି ଅନେକ ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହା ୨୦୧୯ ପର୍ଯ୍ୟନ୍ତ ଜାରି ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details