ମୁମ୍ବାଇ: ସିଂଘମ ଅଜୟ ଦେବଗନଙ୍କ ପପୁଲାର ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ବର୍ତ୍ତମାନ ବକ୍ସ ଅଫିସରେ ଶାନଦାର ପ୍ରଦର୍ଶନ କରିବାରେ ଲାଗିଛି । ଏହି ଫିଲ୍ମ ଦୀପିକା ପାଦୁକୋନଙ୍କ ଚର୍ଚ୍ଚିତ ଫିଲ୍ମ ‘ଛପାକ’ଙ୍କୁ ମଧ୍ୟ ପଛରେ ପକାଇ ଦେଇଛି । କେବଳ ଷ୍ଟାରକାଷ୍ଟ ନୁହେଁ ଫିଲ୍ମର ଦମଦାର କାହଣୀ ଦର୍ଶକଙ୍କ ମନ କିଣିଛି । ଏମାସ 10 ତାରିଖରେ ରିଲିଜ ହୋଇଥିବା ‘ତାନାଜୀ’ ମାତ୍ର 10 ଦିନରେ 162 କୋଟି ଆୟ କରିସାରିଲାଣି ।
‘ତାନାଜୀ’ଙ୍କ ପାଇଁ ଉଡିଲା ଟଙ୍କା - 162 କୋଟି କ୍ଲବରେ ତାନାଜୀ
ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଲା ନୂଆ ଭିଡିଓ । ଯେଉଁଥିରେ ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ’ ପ୍ରସାରଣ ହେଉଥିବାର ଦେଖିବାକୁ ମିଳୁଛି ।
ଏହି ଫିଲ୍ମର ଯାଦୁ ଦର୍ଶକଙ୍କ ମୁଣ୍ଡରେ ଚଢିଯାଇଛି । ସେ ନିଜ ‘ତାନାଜୀ’ ତଥା ଅଜୟଙ୍କ ନେଇ କିପରି ଏକ୍ସାଇଟେଡ ଅଛନ୍ତି, ତାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଘୁରିବୁଲୁଥିବା ଏହି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଭିଡିଓଟି ଏକ ସିନେମାଘରର, ଯେଉଁଥିରେ ତାନାଜୀ ଶୋ ପ୍ରସାରଣ ହେଉଛି । ଫିଲ୍ମରେ ଯେମିତି ଅଜୟଙ୍କ ଏଣ୍ଟ୍ରି ସିନ ଆସୁଛି ତେବେ ସିନେମାଘରେ ଦେଖୁଥିବା ଦର୍ଶକ ଟଙ୍କା ଉଡାଇବାରେ ଲାଗିଛନ୍ତି । ହେଲେ ଏଯାବତ ଜଣାପଡିନାହିଁ ଏହି ଭିଡିଓ କେଉଁ ସ୍ଥାନର । ଆଉ ସିନେମାଘରେ ଉଡୁଥିବା ଟଙ୍କା ଅସିଲ କି ନକଲି । ଆପଣ ମଧ୍ୟ ଦେଖନ୍ତୁ ଦର୍ଶକଙ୍କ କ୍ରେଜ...