ହାଇଦ୍ରାବାଦ: ‘ଦେବ ଡି’ ଓ ‘ସାହିବ ବିବି ଓ ଗ୍ୟାଙ୍ଗଷ୍ଟାର’ରେ ସଫଳତା ପାଇଥିବା ମାହୀ ଗିଲଙ୍କ ୱେବ ସିରିଜ ‘ଫିକ୍ସର’ର ସୁଟିଂ ସମୟରେ ହୋଇଛି ଆକ୍ରମଣ । ଏଥିରୁ ଅଳ୍ପକେ ବର୍ତ୍ତିଛନ୍ତି ଅଭିନେତ୍ରୀ ମାହୀ ଗିଲ । ମୁମ୍ବାଇର ଥାନେ ଅଞ୍ଚଳର ଘୋଡବନ୍ଦର ରୋଡରେ ସୁଟିଂ ସମୟରେ ଆକ୍ରମଣ ହୋଇଛି ।
ଦିନ ପ୍ରାୟ 4ଟା 30 ସମୟରେ ଚାରିଜଣ ଗୁଣ୍ଡା ସେଟ ଭିତରେ ପଶି ସୁଟିଂ ପାଇଁ ଅନୁମତି ନାହିଁ ବୋଲି କହି ଲୁହା ରଡ ଓ ଲାଠିରେ ମାରିବା ଆରମ୍ଭ କରିଥିଲେ । ଏହି ଆକ୍ରମଣରେ ଫଟୋଗ୍ରାଫର ନିର୍ଦ୍ଦେଶକ ସନ୍ତୋଷ ତୁଡିୟାଲଙ୍କୁ ଗଭୀର ଆଘାତ ଲାଗିଛି । 2006ରେ ରିଲିଜ ହୋଇଥିବା ‘କାଲ’ ଫିଲ୍ମର ନିର୍ଦ୍ଦେଶକ ସୋହେମ ଶାହା ଏହି ସିରିଜର ନିର୍ଦ୍ଦେଶନା ଦେଉଛନ୍ତି । ଆକ୍ରମଣରେ ତାଙ୍କୁ ମଧ୍ୟ ପିଠିରେ ଗଭୀର ଆଘାତ ଲାଗିଛି । ଫଳରେ ସେ ତଳେ ପଡି ବେହୋସ ହୋଇଯାଇଥିଲେ ।