ଓଡିଶା

odisha

By

Published : Jun 10, 2020, 6:36 PM IST

ETV Bharat / sitara

ଆସୀମ-ହିମାଂଶୀଙ୍କ ମ୍ୟୁଜିକାଲ କେମେଷ୍ଟ୍ରି, ଆସିଲା ନୂଆ ଗୀତ

ପୁଣି ନିଜ ଫ୍ୟାନ୍ସଙ୍କୁ ମ୍ୟୁଜିକାଲ ଭିଡିଓ ଜରିଆରେ ସରପ୍ରାଇଜ ଦେଇଛନ୍ତି ବିଗ ବସ 3ର ଫେମସ ଲଭବାର୍ଡ ଆସୀମ-ହିମାଂଶୀ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆସୀମ ରିୟାଜ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆସୀମ ରିୟାଜ

ମୁମ୍ବାଇ: ପପୁଲାର କପଲ ଆସୀମ ରିୟାଜ ଓ ହିମାଂଶୀ ଖୁରାନାଙ୍କ ଲେଟେଷ୍ଟ ମ୍ୟୁଜିକ ଭିଡିଓ ‘ଖ୍ୟାଲ ରଖ୍ୟା’ ରିଲିଜ ହୋଇଯାଇଛି । ଯାହାକୁ ନେଇ ଦୀର୍ଘ ସମୟରୁ ଉତ୍ସାହିତ ଥିଲେ ଫ୍ୟାନ୍ସ । ଗୀତରେ ଦୁଇଜଣଙ୍କ ମ୍ୟୁଜିକାଲ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ବର୍ତ୍ତମାନ ଫ୍ୟାନ୍ସଙ୍କ ମଧ୍ୟରେ ଏହି ରୋମାଣ୍ଟିକ ସଙ୍ଗ ଭାଇରାଲ ହେବାରେ ଲାଗିଛି ।

ଏହି ପଞ୍ଜାବୀ ଟ୍ରାକକୁ ପ୍ରୀତିନ୍ଦର ଗାଇଛନ୍ତି । ସେହିପରି ଲିରିକ୍ସ ଲେଖିଛନ୍ତି ବବ୍ବୁ । ଆଉ ମ୍ୟୁଜିକର ତଡକା ଲଗାଇଛନ୍ତି ରଜତ ନାଗପାଲ । ‘ଖ୍ୟାଲ ରଖ୍ୟା’ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଗୁରିନ୍ଦର ବାୱା । ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି ଆସମୀ ଓ ହିମାଂଶୀଙ୍କ ଏ ଦ୍ବିତୀୟ ମ୍ୟୁଜକି ଭିଡିଓ । ଏହାପୂର୍ବରୁ ଏହି ଯୋଡି ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ଫେମସ ଗୀତ ‘କଲ୍ଲା ସୋହଣା’ରେ ନଜର ଆସିଥିଲେ ।

ABOUT THE AUTHOR

...view details