ଓଡିଶା

odisha

By

Published : Jun 8, 2020, 1:12 PM IST

ETV Bharat / sitara

ଆସୀମ-ହିମାଂଶୀଙ୍କ ରୋମାଣ୍ଟିକ ଭିଡିଓ ଭାଇରାଲ

ଖୁବଶୀଘ୍ର ମ୍ୟୁଜିକାଲ ଭିଡିଓ ‘ଖ୍ୟାଲ ରଖ୍ୟା’ ନେଇ ଫେରିବେ ହିମାଂଶୀ ଓ ଆସମୀ । ଏବେ ଭାଇରାଲ ହେଉଛି ଦୁଇଜଣଙ୍କ ଏକ ଭିଡିଓ କ୍ଲିପ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ‘ବିଗ ବସ 13’ର ଚର୍ଚ୍ଚିତ ପ୍ରତିଯୋଗୀ ଆସୀମ ରିୟାଜ ଓ ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା ପୁଣିଥରେ ଚର୍ଚ୍ଚାରେ । ଏହି ଯୋଡି ବିଗ ବସ ଶେଷ ହେବା ପରଠୁ ପରସ୍ପରକୁ ଡେଟ କରିଆସୁଛନ୍ତି । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚାରେ । ଫ୍ୟାନ୍ସଙ୍କ ଫେଭରେଟ ଯୋଡି ମଧ୍ୟ ସାଜିଛନ୍ତି ଆସୀମ-ହିମାଂଶୀ । ନିକଟରେ ଆସୀମ ସୋସିଆଲ ମିଡିଆରେ ହିମାଂଶୀଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ହିଣ୍ଟ ଦେଇଥିଲେ ଯେ ସେମାନେ ଖୁବଶୀଘ୍ର ପରଦାକୁ ଫେରିବେ । ଯାହାକୁ ନେଇ ଉତ୍ସାହିତ ହୋଇଯାଇଥିଲେ ଫ୍ୟାନ୍ସ । ଇତିମଧ୍ୟରେ ଦୁଇଜଣଙ୍କ ଏକ ରୋମାଣ୍ଟିକ ଭିଡିଓ ଭାଇରାଲ ହୋଇଛି ।

କଥାଟି ହେଲା ଯେ ଆସୀମ-ହିମାଂଶୀ ଖୁବଶୀଘ୍ର ଏକ ନୂଆ ମ୍ୟୁଜିକ ଭିଡିଓ ‘ଖ୍ୟାଲ ରଖ୍ୟା’ ନେଇ ଫେରିବାକୁ ଯାଉଛନ୍ତି । ଯାହାର ଏକ ଭିଡିଓ କ୍ଲିପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଗୀତଟି ଆସନ୍ତା 10 ତାରିଖରେ ୟୁଟ୍ୟୁବରେ ରିଲିଜି ହେବ । ହେଲେ ରିଲିଜ ପୂର୍ବରୁ ଆସୀମ-ହିମାଂଶୀଙ୍କ ଏହି ରୋମାଣ୍ଟିକ ଭିଡିଓ ଫ୍ୟାନ୍ସଙ୍କ ମନ କିଣିସାରିଲାଣି ।

ହିମାଂଶୀ ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓଟିକୁ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘କେଉଁମାନେ ଖ୍ୟାଲ ରଖ୍ୟା ପାଇଁ ଉତ୍ସାହିତ ଅଛ ।’ ଦେଖନ୍ତୁ ଭିଡିଓ..

ABOUT THE AUTHOR

...view details