ହାଇଦ୍ରାବାଦ:ନୀରବି ଯାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର । ତାଙ୍କ ବିୟୋଗରେ ଯେମିତି ଶ୍ରୀହୀନ ହୋଇଛି ସଙ୍ଗୀତ ଜଗତ । ସମସ୍ତଙ୍କ ପ୍ରିୟ ଲତା ଦିଦିଙ୍କୁ ଆଜି ପୂରା ଦେଶ ଝୁରୁଛି । କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ସବୁଠି ତାଙ୍କ ସଙ୍ଗୀତକୁ ଝୁରୁଛନ୍ତି ଶ୍ରୋତା । ଏବେବି ଗୁମୁରି ଗୁମୁରି କାନ୍ଦୁଛନ୍ତି ତାଙ୍କ ପରିବାର । ସାନ ଭଉଣୀ ତଥା ଗାୟିକା ଆଶା ଭୋସଲେ ଲତା ମଙ୍ଗେସକରଙ୍କୁ ବହୁତ ଝୁରୁଛନ୍ତି ।
ଇନଷ୍ଟାରେ ପିଲାଦିନର ଫଟୋ ସେୟାର କରି ଆଶା ଭୋସଲେ ଲେଖିଛନ୍ତି - ପିଲାଦିନ ବି କ’ଣ ଦିନ ଥିଲା… ଦିଦି ଏବଂ ମୁଁ…। ଏହି ଫଟୋରେ ଉଭୟ ଆଶା ଭୋସଲେ ଏବଂ ଲତା ମଙ୍ଗେସକର କ୍ୟାମେରାକୁ ଦେଖି ପୋଜ ଦେଇଛନ୍ତି । ପ୍ରଶଂସକମାନେ ଏହି ଫଟୋରେ ନିଜର ଭାବନା ପ୍ରକାଶ କରୁଛନ୍ତି । ଆଉ ଏକ ଷ୍ଟୋରୀରେ ଆଶା ଭୋସଲେ ଲତା ଜୀଙ୍କର ଫଟୋ ସେୟାର କରି ଲେଖିଛନ୍ତି - ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ .. ଦୁଇ ଦିନ ଧରି ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଦିଦିଙ୍କ ସମ୍ମାନରେ..., ଲତା ମଙ୍ଗେସକରଙ୍କ ପାର୍ଥୀବ ଶରୀରକୁ ତ୍ରିରଙ୍ଗା ପତାକାରେ ଢଙ୍କା ଯାଇଥିଲା।