ଓଡିଶା

odisha

By

Published : Oct 20, 2021, 3:11 PM IST

ETV Bharat / sitara

ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ, ଜେଲରେ ରହିବେ ବଲିଉଡ ଷ୍ଟାରଙ୍କ ପୁଅ

ଖାରଜ ହୋଇଛି ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ । ଆର୍ଯ୍ୟନଙ୍କ ସମେତ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ, ଜେଲରେ ବନ୍ଦୀ ରହିବେ ବଲିଉଡ ଷ୍ଟାରଙ୍କ ପୁଅ
ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ, ଜେଲରେ ବନ୍ଦୀ ରହିବେ ବଲିଉଡ ଷ୍ଟାରଙ୍କ ପୁଅ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ବଡ ଝଟକା । ଖାରଜ ହୋଇଛି ଆର୍ଯ୍ୟନଙ୍କ ଜାମିନ ଆବେଦନ । ଆର୍ଯ୍ୟନଙ୍କ ସମେତ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଛନ୍ତି କୋର୍ଟ । ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ଗତ କିଛି ଦିନରୁ କ୍ରମାଗତ ପରବର୍ତ୍ତୀ ତାରିଖକୁ ଘୁଞ୍ଚି ଚାଲିଥିଲା ।

ଅକ୍ଟୋବର 14ରେ ସେସନ କୋର୍ଟ ଜାମିନ ଆବେଦନ ମାମଲାରେ ନିଜ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ଡ୍ରଗ୍ସ ମାମଲାରେ ଦିନକୁ ଦିନ ବଢିଚାଲିଛି ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଅଡୁଆ । ଆର୍ଯ୍ୟନ ଖାନ ଗତ 13 ଦିନରୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି ।

14 ଅକ୍ଟୋବରରେ ଘୁଞ୍ଚିଥିଲା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି । ଏହିଦିନ କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ଯ୍ୟନଙ୍କୁ ମିଳିପାରିନଥିଲା ଜାମିନ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ୨୦ ଅକ୍ଟୋବରକୁ ସମୟ ଧାର୍ଯ୍ୟ କରିଥିଲେ କୋର୍ଟ ।

କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏବେ ଜେଲରେ ରହିବାକୁ ପଡ଼ିବ। ଜାମିନ ଆବେଦନ ଉପରେ ଦୀର୍ଘ ଦିନର ଶୁଣାଣି ପରେ ସେସନ କୋର୍ଟ ଏହି ରାୟ ଶୁଣାଇଛନ୍ତି । ଅକ୍ଟୋବର ୨ରେ ଆର୍ଯ୍ୟନ ଖାନ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଗିରଫ କରିଥିଲା ଏନସିବି ।

ABOUT THE AUTHOR

...view details