ଓଡିଶା

odisha

By

Published : Oct 30, 2021, 11:25 AM IST

Updated : Oct 30, 2021, 1:54 PM IST

ETV Bharat / sitara

୨୮ ଦିନ ପରେ ମୁକୁଳିଲେ ଆର୍ଯ୍ୟନ

ଦୀର୍ଘ ୨୮ ଦିନ ପରେ ଜେଲରୁ ମୁକୁଳିଛନ୍ତି ଆର୍ଯ୍ୟନ ଖାନ । ଗୁରୁବାର ବମ୍ବେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେବା ପରେ ଆଜି ଜେଲରୁ ବାହାରିଛନ୍ତି ଆର୍ଯ୍ୟନ । ଅଧିକ ପଢନ୍ତୁ...

ଦୀର୍ଘ ୨୮ ଦିନ ପରେ ଜେଲରୁ ମୁକୁଳିଲେ ଆର୍ଯ୍ୟନ ଖାନ
ଦୀର୍ଘ ୨୮ ଦିନ ପରେ ଜେଲରୁ ମୁକୁଳିଲେ ଆର୍ଯ୍ୟନ ଖାନ

ମୁମ୍ବାଇ: ମୁକୁଳିଲେ ଆର୍ଯ୍ୟନ ଖାନ । ଦୀର୍ଘ ୨୮ ଦିନ ଜେଲରେ ରହିବା ପରେ ଆଜି ମୁକୁଳିଛନ୍ତି ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିଲେ ଆର୍ଯ୍ୟନ ।

୨୮ ଦିନ ପରେ ମୁକୁଳିଲେ ଆର୍ଯ୍ୟନ

ଗୁରୁବାର ବମ୍ବେ ହାଇକୋର୍ଟରେ ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ଦୀର୍ଘ ୩ ଦିନର ମାରାଥନ ଶୁଣାଣି ପରେ ବହୁ ସର୍ତ୍ତ ରଖି ଜାମିନ ଦେଇଥିଲେ ଅଦାଲତ । ଆଜି ଆଇନଗତ କାଗଜ ହସ୍ତାନ୍ତର କରି ଜେଲରୁ ବାହାରିଛନ୍ତି ଆର୍ଯ୍ୟନ । ଅନ୍ୟପଟେ ଆର୍ଯ୍ୟନଙ୍କ ସହ ଗିରଫ ତାଙ୍କ ବନ୍ଧୁ ଅରବାଜ ମରାଚାଣ୍ଟ ଜେଲରୁ ମୁକୁଳି ନାହାନ୍ତି । ଆଜି ସନ୍ଧ୍ୟାରେ ସେ ଜେଲରୁ ବାହାରିବେ ବୋଲି ତାଙ୍କ ବାପା ଅସଲମ ସୂଚନା ଦେଇଛନ୍ତି ।

ଅକ୍ଟୋବର ୨ ତାରିଖରେ କ୍ରୁଜ ପାର୍ଟିରେ ଡ୍ରଗ୍ସ ସେବନ ଏବଂ କାରବାର ଯୋଜନା ଅଭିଯୋଗରେ ଗିରଫ ହୋଇଥିଲେ ଆର୍ଯ୍ୟନ । ଏହାପରେ ୮ ତାରିଖରୁ ସେ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ରହିଥିଲେ । ଆର୍ଯ୍ୟନଙ୍କ ଜାମିନକୁ ନେଇ ବହୁ ଚର୍ଚ୍ଚା ଲାଗି ରହିଥିଲା । ମୁମ୍ବାଇ ସେସନ୍ କୋର୍ଟରେ ତିନି ଥର ଜାମିନ ଖାରଜ ହେବା ପରେ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ମଙ୍ଗଳବାର ଠାରୁ ୩ ଦିନ ମାରାଥନ ଶୁଣାଣି ପରେ ଶେଷରେ ଗୁରୁବାର ଆର୍ଯ୍ୟନଙ୍କୁ ବହୁ ସର୍ତ୍ତ ରଖି ଜାମିନ ଦେଇଥିଲେ କୋର୍ଟ ।

ପ୍ରକୃତରେ ଆର୍ଯ୍ୟନ ଶୁକ୍ରବାର ଜେଲରୁ ବାହାରିବାର ଥିଲା । କିନ୍ତୁ ତାଙ୍କ ଲିଗାଲ ଟିମ ସନ୍ଧ୍ୟା ୫.୩୦ ସୁଦ୍ଧା ରିଲିଜ୍‌ ଅର୍ଡର ଉପସ୍ଥାପନ ନ କରିପାରିବାରୁ ସେ ଆଜି ସକାଳେ ସମସ୍ତ ନିୟମ ପାଳନ କରି ଜେଲରୁ ବାହାରିଛନ୍ତି । ଆର୍ଯ୍ୟନଙ୍କୁ ଜେଲରୁ ଆଣିବା ପାଇଁ ଶାହରୁଖ ଖାନ ଏବଂ ତାଙ୍କ ମ୍ୟାନେଜର ପୂଜା ଆର୍ଥର ଜେଲ୍ ଯାଇଥିଲେ ।

ତେବେ ଆର୍ଯ୍ୟନଙ୍କ ସହ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି । ଏମାନେ ବିନା ଅନୁମତିରେ ବିଦେଶ ଗସ୍ତ କରିପାରିବେ ନାହିଁ । ପ୍ରତି ଶୁକ୍ରବାର ୧୧ଟାରୁ ୨ଟା ମଧ୍ୟରେ ଏମାନଙ୍କୁ ଏନସିବି କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ।

ଶୁକ୍ରବାର ବମ୍ବେ ହାଇକୋର୍ଟ ୧୪ଟି ସର୍ତ୍ତ ସହ ୫ ପୃଷ୍ଠାର ଜାମିନ ନିର୍ଦ୍ଦେଶ ଜାରି କରିଥିଲେ । ଏହି ଦସ୍ତାବିଜ ସହ ଆର୍ଯ୍ୟନଙ୍କ ଲିଗାଲ ଟିମ୍‌ ଏନଡିପିଏସ୍‌ କୋର୍ଟରେ ପହଞ୍ଚିଥିଲା । ସେଠାରେ ଆର୍ଯ୍ୟନଙ୍କ ଜାମିନ ପାଇଁ ଅଭିନେତ୍ରୀ ଜୁହି ଚାୱଲା ୧ ଲକ୍ଷ ଟଙ୍କାର ସ୍ୟୁକିରିଟି ବଣ୍ଡ ଦାଖଲ କରିବା ପରେ ଆର୍ଯ୍ୟନଙ୍କୁ ବେଲ୍ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 30, 2021, 1:54 PM IST

ABOUT THE AUTHOR

...view details