ଓଡିଶା

odisha

By

Published : Oct 5, 2021, 12:23 PM IST

ETV Bharat / sitara

ଶାହାରୁଖଙ୍କୁ ଭେଟିବା ପାଇଁ ମ୍ୟାନେଜରଙ୍କ ଆପଏଣ୍ଟମେଣ୍ଟ ନିଅନ୍ତି ପୁଅ ଆର୍ୟନ

NCB ଆଗରେ ଆର୍ୟନଙ୍କ ବଡ଼ ଖୁଲାସା । ପିତା ଶାହାରୁଖଙ୍କୁ ଭେଟିବା ପାଇଁ ମ୍ୟାନେଜରଙ୍କଠାରୁ ଆପଏଣ୍ଟମେଣ୍ଟ ନିଅନ୍ତି ଆର୍ଯ୍ୟନ । ଅଧିକ ପଢନ୍ତୁ....

ଶାହାରୁଖଙ୍କୁ ଭେଟିବା ପାଇଁ ଆର୍ୟନ ନେଉଥିଲେ Appointment
ଶାହାରୁଖଙ୍କୁ ଭେଟିବା ପାଇଁ ଆର୍ୟନ ନେଉଥିଲେ Appointment

ମୁମ୍ବାଇ:କ୍ରୁଜ ସିପ୍‌ ପାର୍ଟି ମାମଲାରେ NCBର ହେପାଜତରେ ଅଛନ୍ତି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ବଡ଼ ପୁଅ ଆର୍ୟନ ଖାନ । ଲଗାତାର ଭାବରେ ଏନସିବି ତାଙ୍କୁ ପଚରାଉଚୁରା କରୁଛି । ଏହି ଅନୁସନ୍ଧାନ ସମୟରେ ଗୋଟିଏ ପରେ ଗୋଟିଏ ବଡ଼ ଖୁଲାସା କରିବାରେ ଲାଗିଛନ୍ତି ଆର୍ୟନ । ତେବେ ନିଜ ପିତା ତଥା ଶାହାରୁଖଙ୍କୁ ଭେଟିବା ପାଇଁ ତାଙ୍କୁ ମ୍ୟାନେଜରଠାରୁ ଆପଏଣ୍ଟମେଣ୍ଟ ନେବାକୁ ପଡ଼ିଥାଏ ବୋଲି କହିଛନ୍ତି ଆର୍ୟନ ।

ଶାହାରୁଖ ଖାନ ନିଜ ଅଭିନୟର ଯାଦୁରେ ପ୍ରତ୍ୟେକ ଦର୍ଶକଙ୍କ ମନ ଜିଣିଛନ୍ତି । ଏଥିଲାଗି ତାଙ୍କୁ ବଲିଉଡ଼ର ବାଦଶାହ ଭାବରେ ଜଣାଯାଏ । ସେପଟେ ଶାହାରୁଖ ନିଜ କାମଙ୍କୁ ନେଇ ବହୁ ବ୍ୟସ୍ତତା ମଧ୍ୟରେ ରହିଥାନ୍ତି । ଅଭିନୟ, ପ୍ରଯୋଜନା ସମେତ ଅନେକ ବିଜ୍ଞାପନ ବ୍ରାଣ୍ଡର ମଧ୍ୟ ସୁଟିଂ କରିଥାନ୍ତି । ଏହାରି ମଧ୍ୟରେ ସେ ଏକକାଳୀନ ଅନେକ ପ୍ରୋଜେକ୍ଟ କାମ କରୁଥିବାରୁ ସ୍ବାଭାବିକଠାରୁ ଅଧିକ ବ୍ୟସ୍ତ ରହିଛନ୍ତି କିଙ୍ଗ ଖାନ । ଏଥିଲାଗି ତାଙ୍କ ସନ୍ତାନମାନେ ମଧ୍ୟ ତାଙ୍କୁ ଭେଟିବା ପାଇଁ ପ୍ରଥମେ ମ୍ୟାନେଜର ପୂଜାଙ୍କଠାରୁ ଆପଏଣ୍ଟମେଣ୍ଟ ନେବାକୁ ପଡ଼ିଥାଏ । ତେବେ ଏ ସମ୍ପର୍କରେ ଆମେ କହୁନୁ, ଖୋଦ ଆର୍ଯ୍ୟନ NCB ସମ୍ମୁଖରେ ଏହି ଖୁଲାସା କରିଛନ୍ତି ।

ଏହା ବି ପଢନ୍ତୁ: ବଡ ଖୁଲାସା, ଆର୍ୟାନଙ୍କ ହ୍ବାଟ୍ସଆପ ଚାଟରୁ ଡ୍ରଗ୍ସ ନେଟୱାର୍କ ଚେର ଖୋଜିବ NCB

ଏନସିବିର ପଚରାଉଚୁରା ସମୟରେ ସେ ଶାହାରୁଖଙ୍କ ବ୍ୟସ୍ତ କାର୍ଯ୍ୟଶୈଳୀ ସମ୍ପର୍କରେ କହିଛନ୍ତି । ବର୍ତ୍ତମାନ ଶାହାରୁଖ ଏକା ସାଙ୍ଗରେ ୩ଟି ଫିଲ୍ମର ସୁଟିଂ କରୁଛନ୍ତି । ଆଗାମୀ ଫିଲ୍ମ 'ପଠାନ୍‌'କୁ ନେଇ ସେ ବହୁତ ପରିଶ୍ରମ କରୁଛନ୍ତି । ଏହି ଫିଲ୍ମର ଚରିତ୍ର ପାଇଁ ସେ ଘଣ୍ଟା ଘଣ୍ଟା ମେକଅପ ନେଉଥିବା ମଧ୍ୟ କହିଛନ୍ତି । ତେବେ ସୂଚନା ଥାଉ କି କ୍ରୁଜ ସିପ୍‌ ଡ୍ରଗ୍ସ ପାର୍ଟି ମାମଲାକୁ ନେଇ ବର୍ତ୍ତମାନ ଏନସିବି ଆର୍ୟନଙ୍କୁ ଗିରଫ କରିଛି । ଏହାପରେ ତାଙ୍କୁ ଲଗାତାର ଭାବରେ ପଚରାଉଚୁରା କରାଯାଉଛି । ଆର୍ୟନଙ୍କ ଜାମିନ ଆବେଦନକୁ ଖାରଜ କରାଯିବା ସହିତ ସେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏନସିବିର ହେପାଜତରେ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details