ମୁମ୍ବାଇ: ଦିନକୁ ଦିନ ବଢୁଛି କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଅଡୁଆ । ଡ୍ରଗସ୍ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନ୍ଙ୍କ ବେଲ ଆବେଦନ ଖାରଜ୍ ହୋଇଯିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆର୍ଯ୍ୟନ ଖାନ୍ଙ୍କ ସହ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆଜି(ଶୁକ୍ରବାର) ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ହେବ ।
ଡ୍ରଗ୍ସ କାରବାରରେ ଫସିଥିବା ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ଙ୍କୁ ୧୪ଦିନିଆ ରିମାଣ୍ଡରେ ନିଆଯାଇଛି । ଗୁରୁବାର ମୁମ୍ବାଇ କୋର୍ଟରେ ହାଜର କରାଯାଇଥିଲା । ଆର୍ଯ୍ୟନ ଖାନ୍ଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କର ରିମାଣ୍ଡ ଅବଧି ସରୁଥିବାରୁ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଆର୍ଯ୍ୟନ ଖାନଙ୍କ ରିମାଣ୍ଡ ଅବଧି ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ଏନ୍ସିବି ଆବେଦନ କରିଥିଲା । ହେଲେ କୋର୍ଟ ରିମାଣ୍ଡ ଅବଧି ବଢ଼ାଇ ନଥିବା ବେଳେ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ସେପଟେ ଆର୍ଯ୍ୟନ ଜାମିନ ଆବେଦନ ପାଇଁ ତାଙ୍କ ଓକିଲ ସତୀଶ ମନଶିନ୍ଧେ ପୁଣି ଥରେ ଆବେଦନ କରିଥିଲେ । ତାଙ୍କୁ ବେଲ ନେଇ ନିରାଶ ହେବାକୁ ପଡିଥିଲା । ଆଜି ପୁଣି ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ।