ମୁମ୍ବାଇ: କ୍ରୁଜ ସିପ୍ ଡ୍ରଗ୍ସ ପାର୍ଟି ମାମଲା । ଅନ୍ୟ ଅଭିଯୁକ୍ତଙ୍କ ଭଳି ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ମଧ୍ୟ କାଉନସେଲିଂ କରାଯାଉଛି । ସେ ବଲିଉଡ଼ ସିତାରା ହୋଇଥିଲେ ମଧ୍ୟ ସାଧାରଣ ଅଭିଯୁକ୍ତଙ୍କୁ ଯେପରି ପଚରାଉଚୁରା କରାଯାଏ, ସେପରି ତାଙ୍କୁ ପଚରାଉଚୁରା କରାଯାଉଛି ବୋଲି କହିଛନ୍ତି ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ।
ଏହି କାଉନସେଲିଂ ଯେ କେବଳ ଆର୍ଯ୍ୟନଙ୍କ ପାଇଁ ନୁହେଁ, ବରଂ ଘଟଣାରେ ଗିରଫ ହୋଇଥିବା ପ୍ରତିଟି ଅଭିଯୁକ୍ତଙ୍କ ପାଇଁ ସମାନ ରହିଛି । ଯୁବପିଢିଙ୍କୁ ଡ୍ରଗ୍ସ ନିଶାରୁ ନିବୃତ କରିବା ପାଇଁ ଏହି ସ୍ବତନ୍ତ୍ର ଧରଣର ଡ୍ରଗ୍ସ ଦିଆଯାଉଛି ବୋଲି ସେ କହିଛନ୍ତି । ଯୁବାବସ୍ଥାରେ ଏଭଳି ନିଶା ଦ୍ରବ୍ୟଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।