ଓଡିଶା

odisha

ETV Bharat / sitara

ଲିକର ସପ୍ ବନ୍ଦ ରଖିବାକୁ ସରକାରଙ୍କୁ ଅନୁରୋଧ କଲେ ଅଭିନେତା ଅର୍ଜୁନ ରାମପାଲ - Arjun tells wrong decision to open liquor shops

ଦେଶରେ ଚାଲିଥିବା ଲକଡାଉନର ତୃତୀୟ ପର୍ଯ୍ୟାୟରେ ମେ 4 ରୁ ଆରମ୍ଭ ହୋଇଥିବା ଲକଡାଉନକୁ ସରକାର କିଛି ପ୍ରତିବନ୍ଧକ ସହିତ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ । ଯାହାଫଳରେ ଅନେକ ସ୍ଥାନରୁ ଏହିପରି ଭିଡିଓ ବାହାରକୁ ଆସୁଛି, ଯେଉଁଥିରେ ସାମାଜିକ ଦୂରତାର ନିୟମକୁ କେହି ମାନୁ ନଥିବାର ଦେଖିବାକୁ ମିଳିଛି । ତେଣୁ ଅର୍ଜୁନ ରାମପାଲ ମଦ ଦୋକାନ ବନ୍ଦ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଅଢିକ ପଢନ୍ତୁ...

Arjun tells wrong decision to open liquor shops, shares video and says 'stop'
ମଦ ଦୋକାନଗୁଡିକୁ ବନ୍ଦ କରନ୍ତୁ ବୋଲି ସରକାରଙ୍କୁ ଅନୁରୋଧ କଲେ ଅର୍ଜୁନ

By

Published : May 6, 2020, 6:47 AM IST

ମୁମ୍ୱାଇ: ଦେଶରେ କଡା ଲକଡାଉନ ଯୋଗୁଁ ସୋମବାର ପର୍ଯ୍ୟନ୍ତ ସମସ୍ତ ମଦ ଦୋକାନ ବନ୍ଦ ରହିଥିଲା । ଦେଶରେ ଚାଲିଥିବା ଲକଡାଉନର ତୃତୀୟ ପର୍ଯ୍ୟାୟରେ ମେ 4 ରୁ ଆରମ୍ଭ ହୋଇଥିବା ଲକଡାଉନକୁ ସରକାର କିଛି ପ୍ରତିବନ୍ଧକ ସହିତ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ । ଯାହାଫଳରେ ଅନେକ ସ୍ଥାନରୁ ଏହିପରି ଭିଡିଓ ବାହାରକୁ ଆସୁଛି, ଯେଉଁଥିରେ ସାମାଜିକ ଦୂରତାର ନିୟମକୁ କେହି ମାନୁ ନଥିବାର ହେଖିବାକୁ ମିଳିଛି ।

ମଦ ଦୋକାନଗୁଡିକୁ ବନ୍ଦ କରନ୍ତୁ ବୋଲି ସରକାରଙ୍କୁ ଅନୁରୋଧ କଲେ ଅର୍ଜୁନ

ବର୍ତ୍ତମାନ ମୁମ୍ବାଇର ମଦ ଦୋକାନ ବାହାରେ ଠିଆ ହୋଇଥିବା ଲୋକମାନଙ୍କ ଭିଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଏ କିପରି ଲୋକମାନେ ମଦ କିଣିବା ପାଇଁ ଘଣ୍ଟା ଘଣ୍ଟା ଧରି ଏକତ୍ର ଛିଡା ହେଉଛନ୍ତି ।

ବଲିଉଡ ଅଭିନେତା ଅର୍ଜୁନ ରାମପାଲ ତାଙ୍କ ଇନଷ୍ଟାଗ୍ରାମ ଫିଡରେ ଏକ ଭିଡିଓ ସେୟାର କରି ରାସ୍ତାରେ ଲୋକମାନଙ୍କ ଭିଡକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ।

ଅର୍ଜୁନ ରାମପାଲ ସେୟାର କରିଥିବା ଭିଡିଓରେ ମଦ ଦୋକାନ ବାହାରେ ବହୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଏହାସହ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଲୋକମାନେ ସେମାନଙ୍କ ମୁହଁରେ ମାସ୍କ ଲଗାଇଛନ୍ତି, କିନ୍ତୁ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ।

ଏହି ଭିଡିଓର କ୍ୟାପସନରେ ଅର୍ଜୁନ ଲେଖିଛନ୍ତି ଯେ, ଲିକର ଷ୍ଟୋର ଖୋଲିବା ମାତ୍ରେ ବାହାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ତେଣୁ ମଦ ଦୋକାନ ବନ୍ଦ କରିବାକୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି । ମଦ ଦୋକାନ ଖୋଲିବା ମାତ୍ରେ ଲୋକମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ବିଶୃଙ୍ଖଳା ସହ ସେମାନେ ସାମାଜିକ ଦୂରତାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ।

ଦେଶରେ କରୋନାଭାଇରସ ଯୋଗୁଁ ମାର୍ଚ୍ଚ 24 ରୁ ଲକଡାଉନ ଚାଲିଛି । ଲକଡାଉନର ପ୍ରଥମ ପର୍ଯ୍ୟାୟରେ 14 ଏପ୍ରିଲ ପର୍ଯ୍ୟନ୍ତ ଥିଲା, କିନ୍ତୁ ପରିସ୍ଥିତିର ଗମ୍ଭୀରତା ହେତୁ ଏହାକୁ 3 ମଇକୁ ବୃଦ୍ଧି କରାଯାଇଥିଲା । ପୁଣି ବର୍ତ୍ତମାନ ଲକଡାଉନ 17 ମେ କୁ ବୃଦ୍ଧି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details