ମୁମ୍ବାଇ: ଦୀର୍ଘ ସମୟ ପରେ ଏବେ ପରଦାରେ ନଜର ଆସିବେ ହ୍ୟାଣ୍ଡସମ ଅଭିନେତା ଅର୍ଜୁନ ରାମପାଲ । ଆଉ ଏଥର ସେ କୌଣସି ଆକ୍ସନ ଫିଲ୍ମ ନୁହେଁ ହରର ଫିଲ୍ମ ‘ଅନଜାନ’ରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି ସେ । ଫ୍ୟାନ୍ସ ମଧ୍ୟ ଏହି ଗୁଡନ୍ୟୁଜ ଶୁଣି ଖୁବ୍ ଖୁସି ହୋଇଯାଇଛନ୍ତି ।
ଫଟୋ ସୌଜନ୍ୟ: ଟ୍ବିଟର@ଅର୍ଜୁନ ରାମପାଲ ଏହି ସୁପରନେଚୁରାଲ ଥ୍ରିଲର ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି ଅମିତଭନ୍ଦ୍ର ଭାଟ । ସେହିପରି ‘ଅନଜାନ’ର କାହାଣୀ ଲେଖିଛନ୍ତି ପୂଜା ବାଲୁଟିୟା । ଅମିତଭନ୍ଦ୍ରଙ୍କ ଏହି ଫିଲ୍ମରେ ଏକାଠି କାମ କରିବେ ଫିଲ୍ମମେକର ରାଜୁ ଚଡ୍ଡା, ରାହୁଲ ମିତ୍ରା ଓ ବିକ୍ରମ ଖାଖର ।
ନିଜ ଆଗାମୀ ଫିଲ୍ମକୁ ନେଇ ଉତ୍ସାହିତ ଥିବା ଅର୍ଜୁନ ଟ୍ବିଟ କରି ନିଜ ଖୁସି ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ‘ଅନଜାନ’ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ସେ ଆଉ ଅପେକ୍ଷା କରିପାରୁନାହାଁନ୍ତି । ଯାହା ଭୟାନକ କାହାଣୀର ଯାତ୍ରା କରାଇବ ବୋଲି ଲେଖିଛନ୍ତି ଅର୍ଜୁନ ।
ପ୍ରକାଶ ଥାଉକି ଫିଲ୍ମ ଠାରୁ ଅଧିକ ଅର୍ଜୁନ ନିଜ ରିଲେସନଶିପକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ଗତ ଜୁଲାଇରେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଡ୍ରାଇଡେ ବେବି ବଏକୁ ଜନ୍ମ ଦେଇଥିଲେ । ଏହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା । କାରଣ ଅର୍ଜୁନ ଓ ଗାବ୍ରିଏଲା ଏଯାବତ ବିବାହ କରିନାହାଁନ୍ତି । ଯାହାକୁ ଆଧାର କରି ସୋସିଆଲ ମିଡିଆରେ ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ ୟୁଜର୍ସ ।