ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଧାକଡ'ରୁ ସୋସିଆଲ ମିଡିଆରେ ନିଜର ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରରେ ଭିଲେନ୍ 'ରୁଦ୍ରବୀର'ର ଚରିତ୍ରରେ ଅଭିନୟ କରୁଛନ୍ତି ଅଭିନେତା ।
ଫିଲ୍ମରୁ ଅର୍ଜୁନଙ୍କ ଫାଷ୍ଟ ଲୁକ୍ ଦେଖି ଅନୁମାନ କରାଯାଇପାରେ ଯେ, ଫଟୋରେ ଭିଲେନ୍ ବହୁ ସିରିୟସ ଏବଂ କୁଲ୍ ଦେଖିବାକୁ ମିଳିଛି ।
ଅଭିନେତା ଇନଷ୍ଟାଗ୍ରାମରେ ତାଙ୍କର ଫାଷ୍ଟ ଲୁକ୍ ସେୟାର କରି ଲେଖିଛନ୍ତି, 'ବୁମ୍ ... ଖରାପର ଏକ ନୂଆ ନାମ- 'ରୁଦ୍ରବୀର' । ଜଣେ ଭିଲେନ୍ ଯାହା ବହୁ ବିପଜ୍ଜନକ, ମାରାତ୍ମକ ଏବଂ କୁଲ ।