ମୁମ୍ବାଇ: କୋରୋନା ଭାଇରସ ବିରୋଧରେ ଲଢେଇରେ ସାହାଯ୍ୟ କରିବା ପାଇଁ ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । ଅର୍ଜୁନ ରାମପାଲ ତାଙ୍କ ପରିବାର ସହିତ ଡାକ୍ତର ଏବଂ ନର୍ସମାନଙ୍କୁ ପିପିଇ କିଟ ଯୋଗାଇଦେବେ ବୋଲି ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫୋଷ୍ଟ ସହ ଏହାର ଘୋଷଣା କରିଛନ୍ତି ।
ବିଏମସି ସ୍ୱାସ୍ଥ୍ୟକର୍ମୀଙ୍କୁ ପିପିଇ କିଟ ଯୋଗାଇଲେ ଅର୍ଜୁନ ରାମପାଲ - Arjun Rampal provided PPE kits
କୋରୋନାଭାଇରସ ସହ ଲଢୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଦେବା ପାଇଁ ଅଭିନେତା ଅର୍ଜୁନ ରାମପାଲ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । ଅର୍ଜୁନ ବିଏମସି ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ପିପିଇ କିଟ ଯୋଗାଇଦେବେ ବୋଲି ସେ ତାଙ୍କ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ଆହୁରି ପଢନ୍ତୁ...
![ବିଏମସି ସ୍ୱାସ୍ଥ୍ୟକର୍ମୀଙ୍କୁ ପିପିଇ କିଟ ଯୋଗାଇଲେ ଅର୍ଜୁନ ରାମପାଲ Arjun Rampal provided PPE kits to BMC health workers](https://etvbharatimages.akamaized.net/etvbharat/prod-images/768-512-6895571-190-6895571-1587560162091.jpg)
ବିଏମସି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପିପିଇ କିଟ ଯୋଗାଇଲେ ଅର୍ଜୁନ ରାମପାଲ
ଅର୍ଜୁନ ରାମପାଲ ଏହି ଫୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ, ପ୍ରକୃତ ହିରୋ ହେଉଛନ୍ତି ଡାକ୍ତର ଏବଂ ନର୍ସ । ଏହି ମହାମାରୀ ସମୟରେ ସେମାନେ ଆମର ଚିକିସ୍ରା କରିବା ପାଇଁ ବାହାରକୁ ବାହାରୁଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆସିପାରେ ତେଣୁ ସେମାନଙ୍କ ନିରାପଦ ରକ୍ଷା କରିବା ଆମର କର୍ତ୍ତବ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ