ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର କୋଭିଡ-19 ମହାମାରୀ ପାଇଁ ଧନରାଶି ଏକଜୁଟ କରିବାରେ ଲାଗିଛନ୍ତି । ଯାହାକୁ ନେଇ ସବୁ ମହଲରେ ତାଙ୍କ ଚର୍ଚ୍ଚା । ସେ ଏହି କାର୍ଯ୍ୟ ପାଇଁ ଏକ ବିଶ୍ବସ୍ତରୀୟ ପଦକ୍ଷେପରେ ସାମିଲ ହୋଇଛନ୍ତି । ଯେଉଁଥିରେ ଜେସନ ଡେରୁଲୋ, ଡୁଆ ଲିପା, ମଲୁମା ନିକ୍କି ଜେମ, ବେକି ଜୀ ସହିତ ଅନେକ ଅନ୍ତର୍ଜାତୀୟ ଷ୍ଟାର୍ସ ସାମିଲ ଅଛନ୍ତି ।
ଇଣ୍ଟରନ୍ୟାସନାଲ ଷ୍ଟାର୍ସଙ୍କ ସହ ମିଶି ଟଙ୍କା ଏକଜୁଟ କରିବେ ଅର୍ଜୁନ - କୋଭିଡ -19 ବିରୋଧ ଲଢେଇରେ ଦାନ କରିବେ ଅର୍ଜୁନ
କୋଭିଡ -19 ବିରୋଧରେ ଚାଲିଥିବା ଲଢେଇରେ ଦାନ କରିବେ ଅର୍ଜୁନ । ଏଥର ସେ ହଲିଉଡ ଷ୍ଟାର୍ସଙ୍କ ସହ ମିଶି ବିଶ୍ବସ୍ତରୀୟ ପଦକ୍ଷେପରେ ସାମିଲ ହୋଇଛନ୍ତି ।
ଏହି ଲାଇଭ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମର ନାମ ଓଏଚଏମ ଲାଇଭ ରଖାଯାଇଛି। ଯାହା ଆଜି ରାତି(ଶୁକ୍ରବାର)ରେ ଅନୁଷ୍ଠିତ ହେବ । ଓଏଚଏମ ଲାଇଭରୁ ପ୍ରାପ୍ତ ଟଙ୍କା ସେହି ଅନୁଷ୍ଠାନ ଗୁଡିକୁ ପଠାଯିବ। ଯେଉଁଥିରେ କୋଭିଡ -19 ମହାମାରୀ ବିରୋଧରେ ଲଢେଇ ଚାଲିଛି।
ଏହା ବିଷୟରେ ଆଲୋଚନା କରି ଅର୍ଜୁନ କହିଛନ୍ତି ଯେ ଜଣେ ସଚେତନ ନାଗରିକ ଭାବରେ, ଆମ ପ୍ରତ୍ୟେକଙ୍କୁ କରୋନୋ ଭାଇରସ ସଙ୍କଟ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଟିକିଏ ପ୍ରୟାସ କରିବା ଆବଶ୍ୟକ। ଏହି ମହାମାରୀ ବିଶ୍ବସ୍ତରରେ ସମସ୍ତଙ୍କୁ ପ୍ରଭାବିତ କରିଛି। ଲୋକମାନେ ଜୀବନ ହରାଉଛନ୍ତି ଏବଂ ସମସ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହା ଦେଖିବା ଅସହ୍ୟ ଏବଂ ବିନାଶକାରୀ । ଏହି ସମୟ ମଧ୍ୟରେ ଆମେ ସମସ୍ତେ ବୁଝିବାର ଅଛି ଯେ ଆମେ ସମସ୍ତେ ପରସ୍ପର ସହିତ ଗଭୀର ଭାବରେ ସଂଯୁକ୍ତ ।