ମୁମ୍ବାଇ: ବଲିଉଡରେ ଦୀର୍ଘସମୟରୁ ସେକ୍ସି ମଲାଇକା ଅରୋରା ଓ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଶୁଣିବାକୁ ମିଳିଆସୁଛି । ଦୁଇଜଣ ରିଲେସନଶିପ ଚର୍ଚ୍ଚା ସେହି ସମୟରୁ ଆରମ୍ଭ ହୋଇଥିଲା, ଯେବେ ଅର୍ଜୁନ, ମଲାଇକାଙ୍କ ଜନ୍ମଦିନରେ ଏକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାପରେ ଅଭିନେତ୍ରୀ ନେହା ଧୁପିୟାଙ୍କ ଚାର୍ଟ ଶୋରେ ମଲାଇକା ମଧ୍ୟ ଅର୍ଜୁନଙ୍କୁ ନେଇ ଅନେକ କଥାର ଖୁଲାସା କରିଥିଲେ ।
ଇତିମଧ୍ୟରେ ଅର୍ଜୁନ ନିଜ ବିବାହ ଖବର ଉପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି , ଯାହା ଶୁଣି ସମସ୍ତଙ୍କ ପାଟି ବନ୍ଦ ହୋଇଯାଇଛି। ସେ ଏପରି କଥା କହିଛନ୍ତି ଯେ ଏବେ ହୁଏତଃ ଦୁଇଜଣଙ୍କ ବିବାହ ଖବର ଉପରେ ବିଶ୍ବାସ କରିପାରିବେ ନାହିଁ ପ୍ରଶଂସକ ।