ଓଡିଶା

odisha

ETV Bharat / sitara

ବ୍ରେକ୍ଅପ୍ ଖବରକୁ ନେଇ ମୁହଁ ଖୋଲିଲେ ଅର୍ଜୁନ୍-ମଲାଇକା, କହିଲେ ଏସବୁ ଗୁଜବ - ବ୍ରେକ୍ଅପ୍ ଖବରକୁ ନେଇ ମୁହଁ ଖୋଲିଲେ ଅର୍ଜୁନ୍

ସୋସିଆଲ ମିଡିଆର ଚର୍ଚ୍ଚିତ କପଲ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋରା। ଦୁହେଁ ପରସ୍ପରକୁ ଡେଟ୍‌ କରୁଛନ୍ତି। ତେବେ ଖବର ଆସୁଛି ଅର୍ଜୁନ ଓ ମଲାଇକାଙ୍କର ବ୍ରେକ୍‌ଅପ୍‌ ହୋଇଯାଇଛି। ଅଧିକ ପଢନ୍ତୁ

ବ୍ରେକ୍ଅପ୍ ଖବରକୁ ନେଇ ମୁହଁ ଖୋଲିଲେ ଅର୍ଜୁନ୍-ମଲାଇକା, କହିଲେ ଏସବୁ ଗୁଜବ
ବ୍ରେକ୍ଅପ୍ ଖବରକୁ ନେଇ ମୁହଁ ଖୋଲିଲେ ଅର୍ଜୁନ୍-ମଲାଇକା, କହିଲେ ଏସବୁ ଗୁଜବ

By

Published : Jan 13, 2022, 10:44 PM IST

ହାଇଦ୍ରାବାଦ: ବୁଧବାର ବଲିଉଡର ହଟ କପଲ ଅର୍ଜୁନ କପୁର ଏବଂ ମଲାଇକା ଅରୋରାଙ୍କ ବିଷୟରେ ଏକ ଗୁଜବ ଆସିଥିଲା ଯେ ଉଭୟଙ୍କ ବ୍ରେକଅପ୍ ହୋଇଛି। କପଲଙ୍କ ବ୍ରେକଅପ୍ ଖବର ସୋସିଆଲ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ ହୋଇଥିଲା। ଯେତେବେଳେ ଅର୍ଜୁନ କପୁର ଏହି ଖବର ବିଷୟରେ ଜାଣିଲେ, ସେ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଜବାବ ରଖିଥିଲେ ଏବଂ ଏହି ଗୁଜବକୁ ଅସ୍ବୀକାର କରିଥିଲେ। ବର୍ତ୍ତମାନ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଅର୍ଜୁନ-ମଲାଇକାଙ୍କ ବ୍ରେକଅପ୍ ଗୁଜବକୁ ନେଇ ମଜାକ ଉଡାଉଛନ୍ତି।

ଅର୍ଜୁନ୍-ମଲାଇକା ବ୍ରେକ୍ଅପ୍ ଗୁଜବ

ଏପରିକି ଗୁଜବ ଉପରେ ମଲାଇକା ଅରୋରା ନିଜର ପ୍ରତିକ୍ରିୟା ରଖିଛନ୍ତି। ଅର୍ଜୁନ-ମଲାଇକାଙ୍କ ବ୍ରେକଅପ୍ ଉପରେ ଅଭିନେତ୍ରୀ ତାରା ସୂତାରିଆ, ଏଶା ଗୁପ୍ତା, ଏମି ଜ୍ୟାକସନ, ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତାହିରା କାଶ୍ୟପ, ସୋଫି ଚୌଧରୀ, ଆଥିଆ ସେଟ୍ଟୀ, ଭୂମି ପେଡେନକର ଏବଂ ଅମୃତା ଅରୋରା ବିଭିନ୍ନ ପ୍ରକାରର ନିଜର ପ୍ରତିକ୍ରିୟା ଇମୋଜି ସେୟାର କରିଛନ୍ତି ।

ଅର୍ଜୁନ୍-ମଲାଇକା ବ୍ରେକ୍ଅପ୍ ଗୁଜବ

ସୂଚନାଯୋଗ୍ୟ ଯେ, ଅର୍ଜୁନ କପୁର ବୁଧବାର ନିଜ ଇନଷ୍ଟାଗ୍ରାମରେ ଗର୍ଲଫ୍ରେଣ୍ଡ ମଲାଇକା ଅରୋରାଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଏପରି ଗୁଜବ ପାଇଁ କୌଣସି ସ୍ଥାନ ନାହିଁ । ସୁରକ୍ଷିତ ରୁହନ୍ତୁ, ଖୁସିରେ ହୁଅନ୍ତୁ, ଲୋକଙ୍କ ମଙ୍ଗଳ କାମନା କରନ୍ତୁ, ସମସ୍ତଙ୍କୁ ମୋର ଭଲପାଇବା ।'

ଅର୍ଜୁନ୍-ମଲାଇକା ବ୍ରେକ୍ଅପ୍ ଗୁଜବ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details