ମୁମ୍ବାଇ: ବିଗବସ୍ ସିଜନ 13 । ଟ୍ବିଷ୍ଟରେ ଭରା ଏହି ସିଜନରେ ଅନେକ କିଛି ଦେଖିବାକୁ ମିଳୁଛି । ଆଉ ନିକଟରେ ସଲମାନଙ୍କ ୱିକେଣ୍ଡ କା ୱାର ଘରେ ଆଣିଛି ଭୂକମ୍ପ ।
ଗତ ରବିବାର ସଲମାନଙ୍କ ୱିକେଣ୍ଡ ୱାରରେ ଏମିତି କିଛି ଦେଖିବାକୁ ମିଳିଥିଲା । ଯାହା କେହିବି ଆକଳନ କରିନଥିଲେ । ତେବେ ସଲମାନ ନ୍ୟାସନାଲ ଟେଲିଭିଜନରେ ଅରହାନଙ୍କ ପୂର୍ବ ସ୍ତ୍ରୀ ଏବଂ ପିଲାଙ୍କ ରାଜ ଖୋଲିଛନ୍ତି । ଏହା ଶୁଣିବାପରେ ରଶ୍ମିଙ୍କ ସମେତ ସମସ୍ତ ଘର ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହା ଶୁଣିବାପରେ ରଶ୍ମି ଏକ ପ୍ରକାର ଭାଙ୍ଗି ପଡିଛନ୍ତି । ଯେଉଁ କାରଣରୁ ତାଙ୍କୁ ସାହାର ଦେବାକୁ ସଲମାନ ନିଜେ ଘରକୁ ଏଣ୍ଟ୍ରି ମାରିଥିଲେ ।
ଘରକୁ ଯିବାସହ ସେ ରଶ୍ମିଙ୍କୁ ଆଲିଙ୍ଗନ କରି ଆଶ୍ବସନା ଦେଇଥିଲେ । ଏହାସହ ଥଣ୍ଡା ମୁଣ୍ଡରେ ଏସବୁ ବିଚାର କରିବାକୁ କହିଥିଲେ । ଏହାପରେ ମାମଲା ଥଣ୍ଡା ପଡିଥିଲା । ମାତ୍ର ବର୍ତ୍ତମାନ ଆଉ ଏକ ପ୍ରୋମୋ ସାମ୍ନାକୁ ଆସିଛି । ଯେଉଁଥିରେ ଅରହାନ ରଶ୍ମୀଙ୍କ ଅତୀତ ସମ୍ପର୍କରେ ସେଫାଲିଙ୍କ ସାମ୍ନାରେ କହୁଥିବାର ନଜର ଆସୁଛନ୍ତି ।