ଓଡିଶା

odisha

ETV Bharat / sitara

'କୁଛ କୁଛ ହୋତା ହେ'ର ମିସ ବ୍ରିଗେନ୍ସା ଚରିତ୍ରକୁ ମନେ ପକାଇଲେ ଅର୍ଚ୍ଚନା - Archana Puran Singh's Miss Braganza

ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂ 'କୁଛ କୁଛ ହୋତା ହେ'ରେ ଅଭିନୀତ ତାଙ୍କ ଇଂରାଜୀ ପ୍ରଫେସର ମିସ ବ୍ରିଗେନ୍ସା ଚରିତ୍ରକୁ ମନେପକାଇଛନ୍ତି । ନିକଟରେ ତାଙ୍କ ଫ୍ୟାନ କ୍ଲବ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଠାରେ ଅର୍ଚ୍ଚନା ଫିଲ୍ମରେ ସେଣ୍ଟ ଜାଭିୟର କଲେଜର ପ୍ରିନ୍ସପାଲ ଶ୍ରୀ ମଲହୋତ୍ରା ଭୂମିକାରେ ଅଭିନୟ କରିଥିବା ଅନୁପମ ଖେରଙ୍କୁ ଏକ ବାର୍ତ୍ତା ଦେଉଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Archana Puran Singh's Miss Braganza from 'Kuch Kuch Hota Hai' is missing Anupam Kher aka Mr. Malhotra amid the lockdown - watch
'କୁଛ କୁଛ ହୋତା ହେ'ର ମିସ ବ୍ରାଗାନଜା ଚରିତ୍ରକୁ ମନେପକାଇଲେ ଅର୍ଚ୍ଚନା

By

Published : May 24, 2020, 8:04 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂ 'କୁଛ କୁଛ ହୋତା ହେ'ରେ ଅଭିନୀତ ତାଙ୍କ ଇଂରାଜୀ ପ୍ରଫେସର ମିସ ବ୍ରିଗେନ୍ସା ଚରିତ୍ରକୁ ମନେପକାଇଛନ୍ତି । ନିକଟରେ ତାଙ୍କ ଫ୍ୟାନ କ୍ଲବ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଠାରେ ଅର୍ଚ୍ଚନା ଫିଲ୍ମରେ ସେଣ୍ଟ ଜାଭିୟର କଲେଜର ପ୍ରିନ୍ସପାଲ ଶ୍ରୀ ମଲହୋତ୍ରା ଭୂମିକାରେ ଅଭିନୟ କରିଥିବା ଅନୁପମ ଖେରଙ୍କୁ ଏକ ବାର୍ତ୍ତା ଦେଉଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓରେ, ଅର୍ଚ୍ଚନା କହିଛନ୍ତି, ମଲହୋତ୍ରା ! ତୁମନେ କହା ଥା ନା ଲକଡାଉନ ହୋ ଜୟେଗା । ଅର ତୁମ ଅପନି ମିସ୍ ବ୍ରାଗାନଜା ସେ ମିଲନେ ନେହି ଆୟେ । ଅକେଲେ ଲକଡାଉନ ହୋ ଗୟେ ହୋ । ଭୁଲ ଗୟେ ୱୋ ଦିନ କଲେଜ କେ ... ମଲହୋତ୍ରା, ମିସ୍ ବ୍ରିଗେନ୍ସା ଇଜ ଓ୍ବେଟିଙ୍ଗ ଫର ଇୟୋର କଲ ।

ସୋସିଆଲ ମିଡିଆରେ ଏହି ଭିଡିଓ ସାମ୍ନାକୁ ଆସିବା ପରେ 'କେକେଏଚଏଚ'ର ପ୍ରଶଂସକମାନେ ଏହା ଉପରେ ବହୁ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ଜଣେ ପ୍ରଶଂସକ ଲେଖିଛନ୍ତି, ସେହି ଭୂମିକା ପାଇଁ ତୁମ ସହିତ ଆଉ କେହି ମେଳ ଖାଇ ପାରିବେ ନାହିଁ .. ମିସ୍ ବ୍ରିଗେନ୍ସା ️।

1998 ମସିହାରେ ସୁପରଷ୍ଟାର ଶାହରୁଖ ଖାନ, କାଜୋଲ ଏବଂ ରାଣୀ ମୁଖାର୍ଜୀଙ୍କ ଅଭିନୀତ 'କୁଛ କୁଛ ହୋତା ହେ' ମୁକ୍ତିଲାଭ କରିଥିଲା । କରଣ ଜୋହରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଦର୍ଶକମାନଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା ।

ଏହି ସମୟରେ, ଅର୍ଚ୍ଚନା ବର୍ତ୍ତମାନ ତାଙ୍କ ସ୍ୱାମୀ ପରମିତ ସେଠୀ ଏବଂ ପୁଅ ଆର୍ଯ୍ୟମାନ ଏବଂ ଆୟୁଷ୍ମାନଙ୍କ ସହ ସମୟ ବିତାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details