ମୁମ୍ବାଇ: ବଲିଉଡ ଅଭିନେତା ଅରବାଜ ଖାନ ସୋସିଆଲ ମିଡିଆ ୟୁର୍ଜସଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଏର କରିଛନ୍ତି । ଅରବାଜଙ୍କୁ ପୋଷ୍ଟ ଏବଂ ଅନଲାଇନ୍ ଭିଡିଓ ମାଧ୍ୟମରେ ୟୁର୍ଜସମାନେ ତାଙ୍କୁ ବଦନାମ କରିଥିବା ସେ ଅଭିଯୋଗ କରିଛନ୍ତି ।
ଏକ ପୋଷ୍ଟରେ ଉଲ୍ଲେଖ କରାଯାଇଛି ଯେ, ଦିଶା ସାଲିଆନ୍ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଅରବାଜ ମଧ୍ୟ ଜଡିତ ।
ଯାହାକୁ ନେଇ ଅରବାଜ ବମ୍ବେ ସିଭିଲ କୋର୍ଟରେ ମାନହାନି ମକଦ୍ଦମା ଦାଏର କରିଛନ୍ତି ।
ମକଦ୍ଦମାରେ ବଦନାମ ବିଷୟବସ୍ତୁ, ଟ୍ବିଟ୍, ଭିଡିଓ, ଫେସବୁକ୍, ୟୁଟ୍ୟୁବରେ ଅପମାନିତ ବିଷୟବସ୍ତୁ ସହିତ ପୋଷ୍ଟ କରାଯାଇଛି । ଏଥିସହିତ ଅରବାଜ୍ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ପୋଷ୍ଟ କରାଯାଇଥିବା ଅପମାନଜନକ ବିଷୟବସ୍ତୁକୁ ମଧ୍ୟ ହଟାଇବାକୁ କୁହାଯାଇଛି ।
ସୁଶାନ୍ତ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି । ତେବେ ଏହି ଘଟଣାକ୍ରମକୁ ନେଇ ୟୁର୍ଜସମାନେ ସୋସିଆଲ ମିଡିଆରେ ନିଜସ୍ବ କଳ୍ପନା କରୁଛନ୍ତି ।