ଓଡିଶା

odisha

ETV Bharat / sitara

ଅରବାଜଙ୍କ ପ୍ରଶ୍ନରେ କାନ୍ଦିଲେ ସନ୍ନି, ଜାଣନ୍ତୁ କାହିଁକି

ଅରବାଜ ଖାନ ୟୁଟ୍ୟୁବ ଶୋ 'pinch By Arbaaz Khan'କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଶୋରେ ଅରବାଜଙ୍କ ପ୍ରଶ୍ନରେ କାନ୍ଦି ପକାଇଲେ ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀ ।

By

Published : Mar 9, 2019, 5:31 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଇନଷ୍ଟାଗ୍ରାମ

ମୁମ୍ବାଇ: ଏହି ସମୟରେ ଅଭିନେତା ଅରବାଜ ଖାନ ୟୁଟ୍ୟୁବ ଶୋ 'pinch By Arbaaz Khan'କୁ ନେଇ ଖୁବ୍ ଚର୍ଚ୍ଚାରେ । ବର୍ତ୍ତମାନ ଶୋର ଟ୍ରେଲର ସାମ୍ନାକୁ ଆସିଛି । ଯେଉଁଥିରେ ଅରବାଜ ବଲିଉଡର ସେଲିବ୍ରିଟିଜଙ୍କୁ ସୋସିଆଲ ମିଡିଆରେ କରାଯାଇଥିବା କମେଣ୍ଟ ଉପରେ ଆଡୁସାଡୁ ପ୍ରଶ୍ନ ପଚାରୁଥିବାର ନଜର ଆସୁଛନ୍ତି ।

ନିକଟରେ ଅରବାଜ ନିଜ ଶୋକୁ ନେଇ ମିଡିଆ ସହ ହୋଇଥିବା କଥାବାର୍ତ୍ତାରେ କହିଥିଲେ କି ସୋସିଆଲ ମିଡିଆକୁ ନେଇ ଆମେ ସମସ୍ତେ ଦୁଃଖୀ ଅଛୁ । ଅନ୍ୟପଟେ ତାଙ୍କ ଶୋର ଫର୍ମାଟ ମଧ୍ୟ ଏହା କି ସୋସିଆଲ ମିଡିଆରେ ଯେତେବେଳେ ୟୁଜର୍ସ ଷ୍ଟାର୍ସଙ୍କୁ ଅଶ୍ଲୀଳ କମେଣ୍ଟ ଏବଂ ପ୍ରଶ୍ନ କରୁଛନ୍ତି ତେବେ ଷ୍ଟାର୍ସଙ୍କୁ କିପରି ଲାଗୁଛି ? ସେ ପବ୍ଲିକ ପ୍ଲାଟଫର୍ମରେ କିପରି ଡିଲ କରୁଛନ୍ତି ।

ଅରବାଜ ଆହୁରି କହିଥିଲେ କି ଏମିତି ନୁହେଁ କି ଷ୍ଟାର୍ସଙ୍କୁ ଖରାପ ଲାଗୁନାହିଁ କି କୌଣସି ଫରକ ପଡୁନାହିଁ । ଏଯାବତ କରନ ଜୋହରଙ୍କ ଠାରୁ ନେଇ କରୀନା ପର୍ଯ୍ୟନ୍ତ ଯେତେ ଷ୍ଟାର୍ସଙ୍କ ସହ ତାଙ୍କର ସୁଟିଂ ହୋଇଛି ସମସ୍ତେ ସୋସିଆଲ ମିଡିଆର ଅଧିକା ସ୍ବାଧୀନତାକୁ ନେଇ ଚିନ୍ତିତ ଅଛନ୍ତି ।

ଯେତେବେଳେ ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ସହ ସୁଟ ହୋଇଥିଲା ଏବଂ ତାଙ୍କୁ ସୋସିଆଲ ମିଡିଆ ୟୁଜର୍ସଙ୍କ ଦ୍ବାରା ଶୁଣିଥିବା କମେଣ୍ଟ ବିଷୟରେ ପ୍ରଶ୍ନ କରାଯାଇଥିଲା ତେବେ ସେ ମଧ୍ୟ ଖୁବ୍ ଦୁଃଖୀ ହୋଇଥିଲେ । ଗୋଟିଏ ପ୍ରଶ୍ନ ତ ଏମିତି ଥିଲା, ଯାହା ଶୁଣି ସନ୍ନି କାନ୍ଦି ପକାଇଥିଲେ । ଯଦି ଆମେ କେବଳ ଏହି ପ୍ରଶ୍ନ ବିଷୟରେ କଥା ହୋଇ ଏପରି ଲାଗୁଛି । ତେବେ ଭାବନ୍ତୁ ସନ୍ନିଙ୍କ ବିଷୟରେ ଯେବେ ସୋସିଆଲ ମିଡିଆରେ ତାଙ୍କୁ କେହି ଅଶ୍ଲୀଳ ଅଭଦ୍ର ଶବ୍ଦ ଏବଂ ଟିପ୍ପଣୀ କରୁଥିବେ ତାହାଲେ ତାଙ୍କୁ କିପରି ଲାଗୁଥିବ ବୋଲି କହିଛନ୍ତି ଅରବାଜ ।

ତାଙ୍କ ଅନୁଯାୟୀ ସୋସିଆଲ ମିଡିଆର ଫାଇଦାକୁ ନେଇ ଆଇନ କିଛି ନିୟମ ନିର୍ଦ୍ଧାରିତ କରିବା ଦରକାର । କାରଣ ସୋସିଆଲ ମିଡିଆରେ ବଢୁଥିବା କ୍ରାଇମ ଉପରେ ଲଗାମ ଲଗା ହେବା ସହ ସୋସିଆଲ ମିଡିଆରେ କଥାବାର୍ତ୍ତାକୁ ନେଇ ସାବଧାନ ରହିବେ ଜନସାଧାରଣ ।

For All Latest Updates

ABOUT THE AUTHOR

...view details