ହାଇଦ୍ରାବାଦ:ତେଲେଙ୍ଗାନାର ପାର୍ବଣ ସଙ୍ଗୀତ 'ଶାଦ୍ଦୁଲା ବଥୁକମ୍ମା'କୁ ମିଳିବ ଅନ୍ତର୍ଜାତୀୟ ପରିଚୟ । ଓସ୍କାର ଆୱାର୍ଡ ବିଜେତା ଏ.ଆର୍ ରେହମାନ ଏହି ସଙ୍ଗୀତ ରଚନା କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ଗୌତମ ବାସୁଦେବ 'ଶାଦ୍ଦୁଲା ବଥୁକମ୍ମା'ଗୀତର ନିର୍ଦ୍ଦେଶନା ଦେଇଛନ୍ତି । ତେଲେଙ୍ଗାନାର ଆଧ୍ୟାତ୍ମିକତା ଓ ସଂସ୍କୃତିକୁ ଏହି ଗୀତରେ ପ୍ରତିଫଳନ କରାଯାଇଛି ।
'ଶାଦ୍ଦୁଲା ବଥୁକମ୍ମା' ତେଲେଙ୍ଗାନାର ଏକ ଜଣାଶୁଣା ଗଣପର୍ବ । ବଥୁକମ୍ମାର ଅର୍ଥ ଦେବୀ ମାଆ । ଏହି ପର୍ବ ତେଲେଙ୍ଗାନା ସଂସ୍କୃତିର ପରିଚୟ ବୋଲି କୁହାଯାଏ । ଏହି ପର୍ବରେ ତେଲେଙ୍ଗାନାର ମହିଳାମାନେ ବିଭିନ୍ନ ରକମର ଫୁଲରେ ଦେବୀ ଗୌରୀ ମାଆଙ୍କ ପ୍ରତିମୂର୍ତ୍ତି ଗଢ଼ିଥାଆନ୍ତି । ଏହାପରେ ଲୋକଗୀତ ସଙ୍ଗୀତରେ ମାଆଙ୍କ ପୂଜାର୍ଚ୍ଚନା କରାଯାଏ । 'ଶାଦ୍ଦୁଲା ବଥୁକମ୍ମା' ଗୀତ ମାଧ୍ୟମରେ ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରାଯାଇଛି ।
ଗତ କିଛି ବର୍ଷ ମଧ୍ୟରେ ଅନେକ ୟୁଟ୍ୟୁବର୍ ମ୍ୟୁଜିକ୍ କମ୍ପୋଜର୍ ଏହି ଗୀତ ରିଲିଜ୍ କରିଛନ୍ତି । ଏହି ଗୀତରେ ତେଲେଙ୍ଗାନା ସଂସ୍କୃତି, ଜୀବନଚର୍ଯ୍ୟା, ମହିଳାଙ୍କ ଶକ୍ତି ଓ ଦେବୀ ପାର୍ବତୀଙ୍କ କୃପା ବିଷୟରେ କୁହାଯାଇଛି । ପୂର୍ବରୁ ରିଲିଜ୍ ହୋଇଥିବା ଅନେକ ବଥୁକମ୍ମାକୁ ଗୀତ ଲୋକପ୍ରିୟ ହୋଇଛି ।
ବର୍ତ୍ତମାନ ରିଲିଜ୍ ହେବାକୁ ଥିବା 'ଶାଦ୍ଦୁଲା ବଥୁକମ୍ମା' ଗୀତକୁ ଜଣେ ସୁପରିଚିତ ଗାୟକ ଗାଇଛନ୍ତି । ଗୀତଟି ରିଲିଜ୍ ହେବାପରେ ହିଁ ଏହା ଜଣା ପଡ଼ିବ । ଏହି ଭିଡିଓ ଗୀତଟି ଭୁଦାନ ପଞ୍ଚମାଲୀ ଗାଁର ୟାଦଦ୍ରୀ ଭୁବନଗିରି ଜିଲ୍ଲାରେ ସୁଟିଂ କରାଯାଇଛି । ଅକ୍ଟବୋର ୬ ତାରିଖରେ ଏହି ଗୀତଟି ରିଲିଜ୍ ହେବ । ଅନ୍ୟ ଭାଷାରେ ମଧ୍ୟ ଏହି ଗୀତ ରିଲିଜ୍ ହୋଇପାରେ ବୋଲି ଆକଳନ କରାଯାଉଛି । ତେବେ ଏ.ଆର୍ ରେହମାନ ଏହି ଗୀତ ରଚନା କରୁଥିବାରୁ ଗୀତଟି ଅନ୍ତର୍ଜାତୀୟ ସ୍ତରରେ ପରିଚୟ ପାଇବ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ