ମୁମ୍ବାଇ: ଅଭିନେତା ଅପାରଶକ୍ତି ଖୁରାନା ତାଙ୍କର ନୂଆ ଗୀତ 'ତେରୀ ୟାରି'ର ସୁଟିଂ କରୁଥିବା ବେଳେ ଥରେ ତାଙ୍କ ବିବାହ ଦିନକୁ ପୁଣି ଥରେ ମନେ ପକାଇଥିଲେ । ବାସ୍ତବରେ, ଏହି ଗୀତରେ ଏକ ବିବାହ ଦୃଶ୍ୟ ଅଛି । ଯେଉଁଥି ପାଇଁ ଅପାରଶକ୍ତି ଖୁରାନା ତାଙ୍କ ବିବାହର ଶେରୱାନି ପିନ୍ଧିଥିଲେ ।
ଏହି ଗୀତ ଉପରେ ଅପାରଶକ୍ତି କହିଛନ୍ତି ଯେ, "ତେରୀ ୟାରି" ଗୀତଟି ପ୍ରକୃତରେ ମୋ ହୃଦୟର ନିକଟତର ଅଟେ । ଏହି ଗୀତ ଯାହା କି ପ୍ରେମ, ସମ୍ପର୍କ, ଭାବନା ଏବଂ ବନ୍ଧୁତା ବିଷୟରେ କହିଥାଏ । ଅପାରଶକ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଗୀତ ମୋ ପାଇଁ ଅଧିକ ସ୍ବତନ୍ତ୍ର । କାରଣ ଏହି ଗୀତରେ ମୁଁ ମୋର ବିବାହ ଦିନର 'ଶେରୱାନି' ପିନ୍ଧିଛି ଏବଂ ଏହାସହ ମୁଁ ମୋର ବିବାହ ଦିନର ମୂହୁର୍ତ୍ତକୁ ପୁଣି ଥରେ ମନେ ପକାଇଛି ।