ମୁମ୍ବାଇ: ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା କ୍ରିକେଟ ବିଶ୍ବକପରେ ଆଜି(ରବିବାର)ଠୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚକୁ ନେଇ ଫ୍ୟାନ୍ସ ରହିଛନ୍ତି ଉତ୍ସାହିତ । କାରଣ ଟିମ ଇଣ୍ଡିଆ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିଥିବା ବେଳେ ଅଭିନେତ୍ରୀ ଅନୁଷ୍କା ଶର୍ମା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ଏ ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନୁଷ୍କା ଟ୍ବିଟ କରି କହିଛନ୍ତି ଯେ ଦଳ ସହ ସାରା ଦେଶ ରହିଛି । ବିଶ୍ବକପରେ ଦଳ ଉଚ୍ଚ ପ୍ରଦର୍ଶନ କରୁ । ଏଥିଲାଗି ସେ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ପାକିସ୍ତାନ ବିପକ୍ଷ ମ୍ୟାଚରେ ପୂଜା ବସ୍ତ୍ରକର ୬୭ ରନ କରିଥିବା ବେଳେ ସ୍ମୃତି ମାନ୍ଧନା ୫୨ ରନ କରିଛନ୍ତି । ସେପଟେ ସ୍ନେହ ରାଣା ୫୩ ରନ୍ କରି ମୋଟ ୭ ୱିକେଟ ହରାଇ ଦଳ ପାକିସ୍ତାନ ଆଗରେ ୨୪୫ ରନର ଟାର୍ଗେଟ ଦେଇଛି ଦଳ ।