ଓଡିଶା

odisha

ETV Bharat / sitara

ବିବାହ ପରେ ନିଜ ପରିବର୍ତ୍ତନକୁ ନେଇ ମୁହଁ ଖୋଲିଲେ ବିରାଟ

ନିକଟରେ ମିଡିଆକୁ ବିରାଟ କୋହଲି ଏକ ସାକ୍ଷାତକାର ଦେଇଥିଲେ । ବିବାହ ପରେ ନିଜ ଭିତରେ ହୋଇଥିବା ପରିବର୍ତ୍ତନ ବିଷୟରେ ଖୁଲାସା କରିଥିଲେ ବିରାଟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା

By

Published : May 25, 2019, 10:21 PM IST

ମୁମ୍ବାଇ: ବଲିଉଡର ବିରୁଷ୍କା ପ୍ରାୟତଃ ନିଜ ନିଜ କାମରେ ସବୁବେଳେ ବ୍ୟସ୍ତ ରହିଥାଆନ୍ତି । କିନ୍ତୁ ବ୍ୟସ୍ତବହୁଳତା ମଧ୍ୟରେ ଏହି ଯୋଡି ପରସ୍ପର ପାଇଁ ସମୟ ବାହାର କରିବାରେ ବେଶ ମାହିର । ସୋସିଆଲ ମିଡିଆରେ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଅନେକ ଫଟୋ ମଧ୍ୟ ଦେଖିବାକୁ ମିଳିଥାଏ । ନିକଟରେ ମିଡିଆକୁ ବିରାଟ ବିବାହ ପରେ ନିଜ ମଧ୍ୟରେ ହୋଇଥିବା ପରିବର୍ତ୍ତନ ବିଷୟରେ କହିଥିଲେ ।

ବିରାଟ ଆଇପିଏଲ ପରେ କିଛି ଦିନ ପାଇଁ ଛୁଟି କାଟିବା ପାଇଁ ବାହାରକୁ ଯାଇଥିଲେ । ଛୁଟିରୁ ଫେରିଲା ପରେ ସେ ଏବର୍ଷ ୱାର୍ଲ୍ଡ କପ ପାଇଁ ଇଂଲଣ୍ଡ ଯାତ୍ରା କରିଛନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ । ମିଡିଆ ତାଙ୍କୁ ପ୍ରଶ୍ନ କରିଥିଲେ କି ବିବାହ ପୂର୍ବରୁ ଏବଂ ପରେ ତାଙ୍କୁ ଟିମରେ ନିଜ ଭୂମିକାକୁ ନେଇ କେଉଁ ପରିବର୍ତ୍ତନ ଅନୁଭବ ହେଉଛି ।

ଏହାର ଜବାବରେ ବିରାଟ କହିଥିଲେ କି ସେ ପୂର୍ବ ଅପେକ୍ଷା ଅଧିକ ଦାୟିତ୍ବବାନ ହୋଇଯାଇଛନ୍ତି । ଏପରି ନିଜ ଭିତରେ ସେ ବିବାହ ପରେ ଅନୁଭବ କରୁଛନ୍ତି । ଆପଣଙ୍କୁ ବିବାହ ପରେ ସବୁ ଜିନିଷକୁ ଭିନ୍ନ ଢଙ୍ଗରେ ବୁଝିବାକୁ ପଡିଥାଏ । ଏବେ ତାଙ୍କ ଭିତରେ ଯେଉଁ ପରିବର୍ତ୍ତନ ଆସିଛି, ତାହା ତାଙ୍କୁ କ୍ୟାପ୍ଟେନ୍ସିରେ ମଧ୍ୟ ସାହାଯ୍ୟ କରୁଛି ।

ABOUT THE AUTHOR

...view details