ମୁମ୍ବାଇ:ବଲିଉଡ଼ ଆକ୍ଟର-ପ୍ରଯୋଜିକା ତଥା ନିକଟରେ ମା' ହୋଇଥିବା ଅନୁଷ୍କା ଶର୍ମା ନିଜ ଗର୍ଭବତୀ ପରର ଶରୀର ସମ୍ପର୍କରେ ଚର୍ଚ୍ଚା କରିଛନ୍ତି । ଗର୍ଭରେ ଏକ ଶିଶୁକୁ ଧାରଣ କରିବା ପରେ ଶରୀରରେ ପରିବର୍ତ୍ତନ ଆସେ, ତେବେ ଏହାକୁ ନେଇ ବ୍ୟସ୍ତ ହେବା ଉଚିତ ନୁହେଁ ବୋଲି କହିବା ସହିତ ପୂର୍ବ ଅପେକ୍ଷା ସେ ଏବେ ନିଜର ସ୍କିନକୁ ନେଇ ଖୁସି ଥିବା କହିଛନ୍ତି ।
ଅନୁଷ୍କା women's fashion ଓ celebrity gossip ମାଗାଜିନର କଭର ପେଜ ପାଇଁ ଫଟୋସୁଟ କରିଛନ୍ତି । ଏହି ମାଗାଜିନକୁ ସାକ୍ଷାତକାର ଦେବା ସମୟରେ ଅନୁଷ୍କା(୩୩) କହିଛନ୍ତି ଯେ ସେ ଗର୍ଭବତୀ ହେବା ସମୟରେ ତାଙ୍କ ଶରୀରରେ ଆସିଥିବା ପରିବର୍ତ୍ତନକୁ ନେଇ ସେ ବ୍ୟସ୍ତ ହୋଇପଡ଼ିଥିଲେ । ଏହାସହିତ ସେ ପୂର୍ବରୁ ସଚେତନ ଥାଇ ମଧ୍ୟ ନିଜ ଶରୀରକୁ ନେଇ ଭୟଭୀତ ହୋଇପଡ଼ିଥିଲେ । କାରଣ ଜଣେ ମହିଳା ମା' ହେବା ପୂର୍ବରୁ ଗର୍ଭବତୀ ହୋଇଥାନ୍ତି ଏବଂ ଜଣେ ଶିଶୁକୁ ଜନ୍ମ ଦେଇଥାନ୍ତି । ତେବେ ଗର୍ଭବତୀ ସମୟରେ ଶରୀରର ପରିବର୍ତ୍ତନକୁ ନେଇ ବ୍ୟସ୍ତ ହେବା ଆଦୌ ଆବଶ୍ୟକ ନାହିଁ ।