ଓଡିଶା

odisha

By

Published : Jan 11, 2022, 7:22 PM IST

ETV Bharat / sitara

Happy Birthday Vamika: ୧ ବର୍ଷରେ ପାଦ ଥାପିଲା ବିରୁଷ୍କାଙ୍କ ରାଜକୁମାରୀ

ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି କ୍ୟୁଟ୍ କପଲ୍ସ ମଧ୍ୟରୁ ଜଣେ । ଆଜି ତାଙ୍କ ଝିଅ ଭାମିକାଙ୍କ ଜନ୍ମ ଦିନ । ଭାମିକାଙ୍କ ପ୍ରଥମ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ବିରାଟ ଏବଂ ଅନୁଷ୍କା ଗତ ଏକ ବର୍ଷରେ କ’ଣ ସଫଳତା ହାସଲ କରିଛନ୍ତି । ଅଧିକ ପଢନ୍ତୁ

ଝିଅ ଜନ୍ମ ପରେ ଏହି ୪ଟି ବଡ଼ ସଫଳତା ହାସଲ କରିଛନ୍ତି ବିରାଟ-ଅନୁଷ୍କା
ଝିଅ ଜନ୍ମ ପରେ ଏହି ୪ଟି ବଡ଼ ସଫଳତା ହାସଲ କରିଛନ୍ତି ବିରାଟ-ଅନୁଷ୍କା

ହାଇଦ୍ରାବାଦ: ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି କ୍ୟୁଟ୍ କପଲ୍ସ ମଧ୍ୟରୁ ଜଣେ । ଯେତେବେଳେ ସେ ନିଜ କ୍ୟାରିୟରର ଶିଖରରେ ଥିଲେ ସେହି ସମୟରେ ବିବାହ କରିବା ଏବଂ ପୁଣି ପିତା-ମାତା ହେବା ନିଷ୍ପତ୍ତି ଆଜିର ଯୁବ ପିଢି ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । 2020ରେ ଅନୁଷ୍କା ଶର୍ମା ତାଙ୍କ ପ୍ରଶଂସକଙ୍କୁ ଗର୍ଭବତୀ ହେବା ଖବର ଦେଇ ଆଶ୍ଚର୍ଯ୍ୟ କରିଥିଲେ । ସେମାନେ କୁହନ୍ତି 'ଯେତେବେଳେ ଜୀବନରେ ସବୁକିଛି ଠିକ୍ ଚାଲିଥାଏ, ସେତେବେଳେ ସମୟ ଉଡି ଉଡି ଯାଏ ।' ଏମିତି ଲାଗୁଛି ଝିଅ ଭାମିକା ଜନ୍ମ ହେବା ପରେ ବିରାଟ-ଅନୁଷ୍କାଙ୍କ ଜୀବନରେ ମଧ୍ୟ ସମାନ ଘଟଣା ଘଟିଛି । 11 ଜାନୁୟାରୀ 2020ରେ ଭାମିକାଙ୍କ ଜନ୍ମ ପରଠାରୁ ଦୁହେଁ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି । ତେଣୁ ଭାମିକାଙ୍କ ପ୍ରଥମ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ବିରାଟ ଏବଂ ଅନୁଷ୍କା ଗତ ଏକ ବର୍ଷରେ କ’ଣ ସଫଳତା ହାସଲ କରିଛନ୍ତି ।

@virat.kohli

ଦୀର୍ଘ ତିନି ବର୍ଷ ପରେ ପୁଣି ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି ଅନୁଷ୍କା। ସେ ଖୁବ୍ ଶୀଘ୍ର 'ଚକଦା ଏକ୍ସପ୍ରେସ' ସହିତ ଚଳଚ୍ଚିତ୍ରରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଏହି ଫିଲ୍ମଟି ଭେଟେରାନ୍ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ଜୀବନୀ ଉପରେ ଅନୁପ୍ରାଣିତ । ଅନୁଷ୍କା ଶର୍ମା ଝୁଲଣ ଗୋସ୍ବାମୀଙ୍କ ଭୂମିକାରେ ଅଭିନୟ କରିବେ । ନିକଟରେ ସେ ଏହି ଚଳଚ୍ଚିତ୍ରର ଟିଜର ସେୟାର କରିଥିଲେ।

ନଭେମ୍ବରରେ ଆୟୋଜିତ ହୋଇଥିବା ଟି-ଟ୍ବେଣ୍ଟି ବିଶ୍ବକପ ଅଧିନାୟକ ଭାବେ ବିରାଟ କୋହଲିଙ୍କ ଶେଷ ଟି -20 ଟୁର୍ଣ୍ଣାମେଣ୍ଟ ବୋଲି ଘୋଷଣା କରିଥିଲେ ବିରାଟ କୋହଲି । ୨୦୧୪ରେ ଧୋନିଙ୍କ ଅବସର ପରେ ସେ ଭାରତର ଟେଷ୍ଟ ମ୍ୟାଚ୍‌ର ଅଧିନାୟକ ଭାର ଗ୍ରହଣ କରିଥିଲେ କୋହଲି । ୨୦୧୭ ଠାରୁ ସୀମିତ ଓଭର ଦଳର ନେତୃତ୍ବ ନେଇ ଆସୁଥିଲେ ।

@virat.kohli

ଗତ ବର୍ଷ ଇନଷ୍ଟାଗ୍ରାମରେ କୋହଲିଙ୍କ ଫଲୋଅର୍ସ ସଂଖ୍ଯା ୧୫୦ ମିଲିୟନ୍ ପାର୍ କରିଥିଲା । ଏଭଳି କୀର୍ତ୍ତିମାନ କରିବାରେ ପ୍ରଥମ କ୍ରିକେଟର, ପ୍ରଥମ ଭାରତୀୟ ଏବଂ ତା' ସହିତ ପ୍ରଥମ ଏସୀୟ ହୋଇଥିଲେ କୋହଲି । ବିରାଟ କୋହଲି ଫଟୋ-ବ୍ଲଗିଂ ପୋର୍ଟାଲରେ ୧୫୦ ମିଲିୟନ୍ ଫଲୋଅର୍ସ ପାର୍‌ କରିଥିବା ଚତୁର୍ଥ କ୍ରୀଡା ସେଲିବ୍ରିଟି ।

ଭାରତର ଟେଷ୍ଟ ଅଧିନାୟକ ବିରାଟ କୋହଲି ୨୦୨୦ ଡିସେମ୍ବର ୬ ତାରିଖରେ ଇତିହାସ ସୃଷ୍ଟି କରିଥିଲେ । କ୍ରିକେଟର ତିନୋଟି ଫର୍ମାଟରେ ୫୦ଟି ମ୍ୟାଚ୍‌ ଜିତିଥିଲେ । ଗତ ବର୍ଷ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ କୋହଲିଙ୍କ ନେତୃତ୍ବରେ ଭାରତ ୩୭୩ ରନରେ ବିଜୟୀ ହୋଇଥିଲା । ଭାରତର ବିଜୟ ସହ ଏହା କୋହଲିଙ୍କ ଟେଷ୍ଟ କ୍ରିକେଟ ଅଧିନାୟକ ଭାବରେ ୫୦ତମ ବିଜୟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details