ଓଡିଶା

odisha

ETV Bharat / sitara

ପରିବାର ସହ ସମୟ ବିତାଉଛନ୍ତି ଅନୁଷ୍କା

ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପିତା, ମାତା ଏବଂ ସ୍ୱାମୀ ବିରାଟ କୋହଲିଙ୍କ ସହ ନଜର ଆସିଛନ୍ତି । ଏହାର କ୍ୟାପସନରେ ଅଭିନେତ୍ରୀ କହିଥିଲେ ପରିବାର ସହିତ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ । ଆହୁରି ପଢନ୍ତୁ...

Anushka shared a family photo, wrote- 'Enjoy every moment with family'
ପାରିବାରଙ୍କ ସହ ଫଟୋ ସେୟାର କଲେ ଅନୁଷ୍କା

By

Published : Apr 7, 2020, 8:32 PM IST

ମୁମ୍ବାଇ: କରୋନାଭାଇରସ କାରଣରୁ ପଡିଥିବା ଲକଡାଉନ ସମୟରେ ସମସ୍ତ ସେଲିବ୍ରିଟିମାନେ ନିଜ ଘରେ ରହି ପରିବାରଙ୍କ ସହ ସମୟ ବିତାଉଛନ୍ତି । ଏହି ସମୟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଲକଡାଉନ ସମୟରେ ସେ ତାଙ୍କ ପିତାମାତା ଏବଂ ବିରାଟ କୋହଲିଙ୍କ ସହ ଏକ ଗେମ ଖେଳୁଥିବା ନଜର ଆସିଛନ୍ତି ।

ପାରିବାରଙ୍କ ସହ ଫଟୋ ସେୟାର କଲେ ଅନୁଷ୍କା

ଏହି ଫଟୋରେ ପୁରା ପରିବାର ବୋର୍ଡ ଗେମ ଖେଳୁଛନ୍ତି । ଏହି ଫଟୋ ସହିତ ଅଭିନେତ୍ରୀ ଏହାର କ୍ୟାପସନରେ ଲେଖିଛନ୍ତି ଯେ, 'ଯେଉଁମାନେ ଆମର ଯତ୍ନ ନେଉଛନ୍ତି, ସେ ହେଉଛନ୍ତି ଆମ ପରିବାର । ଯେଉଁମାନେ ଆମକୁ ଆମର ଜୀବନ ଯାତ୍ରା ବିଷୟରେ ଶିଖାଉଛନ୍ତି ଏବଂ ଏହାସହ ଆମକୁ କିପରି ଚାଲିବା, କିପରି ଖାଇବା, ଲୋକମାନଙ୍କ ସହ କିପରି କଥାବାର୍ତ୍ତା ହେବା ଏବଂ ଦୁନିଆକୁ କିପରି ସାମ୍ନା କରିବା ସବୁକିଛି ଶିଖାଇଛନ୍ତି ।

ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ,ଆପଣମାନେ ମଧ୍ୟ ଆପଣଙ୍କ ପରିବାର ସହ ସମୟ ବିତାନ୍ତୁ ଏବଂ ପରିବାର ସହିତ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ । ଏହାସହ ଅଭିନେତ୍ରୀ ଲୋକମାନଙ୍କୁ ଘରେ ରହିବା ପାଇଁ ନିବେହନ ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details