ହାଇଦ୍ରାବାଦ: ବଲିଉଡ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଟ୍ବିଟର ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି । କାରଣ ତାଙ୍କ ଝିଅ ଓ ପରିବାର ଲୋକଙ୍କୁ ସୋସିଆଲ ମିଡିଆ ଜରିଆରେ ଧମକ ମିଳୁଥିଲା । ଏକ ଶେଷ ଟ୍ବିଟ କରି ଆକାଉଣ୍ଟ ଡିଲିଟ୍ କରି ଦେଇଛନ୍ତି । ଏଥିରେ ସେ ଲେଖିଥିଲେ,‘ପିତାମାତାଙ୍କୁ ଫୋନରେ ଓ ଝିଅକୁ ଅନଲାଇନ ଧମକ ମିଳିବାରେ ଲାଗିଛି । ମୁଁ ଏ ବିଷୟରେ କିଛି କହିବାକୁ ଚାହୁଁନି । ଠକ ଶାସନ କରୁଛନ୍ତି ଆପଣଙ୍କୁ ଏହି ନୂଆ ଇଣ୍ଡିଆର ଅନେକ ଅନେକ ଶୁଭେଚ୍ଛା ।’
ଟ୍ବିଟର ଛାଡିଲେ ଅନୁରାଗ କଶ୍ୟପ - ଅନୁରାଗ କସ୍ୟପ
ଟ୍ବିଟର ଆକାଉଣ୍ଟ ଡିଲିଟ୍ କଲେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ । ଫୋନରେ ମିଳୁଛି ଧମକ ।
ଏହାପରେ ଅନ୍ୟ ଏକ ଟ୍ବିଟ କରି ଟ୍ବିଟର ଛାଡୁଛନ୍ତି ବୋଲି ସୂଚନା ଦେଇଥିଲେ । ପ୍ରକାଶଥାଉକି, ଆର୍ଟିକିଲ-370 ଉପରେ ବିଦାଦୀୟ ଟ୍ବିଟ କରି ଟ୍ରୋଲର ଶିକାର ହୋଇଥିଲେ ସେ । ଅନୁରାଗ ଲେଖିଥିଲେ,‘ ଆଶ୍ଚର୍ଯର ବିଷୟ 120କୋଟି ଲୋକଙ୍କ ଭାଗ୍ୟ ଜଣେ ଲୋକ ନିଷ୍ପତ୍ତି ନେଉଛି । ଏହାସହ ତାଙ୍କ ପାଖରେ ସେହି ଅଧିକାର ବି ।’
ଏହାପୂର୍ବରୁ ଅନୁରାଗ କଶ୍ୟପ ମୋବ ଲିଚିଂ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଏହାପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ମିଳିଥିଲା । ତେବେ ପୋଲିସ ଧମକ ଦେଉଥିବା ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା ।